ନିର୍ବାଚନ ପାଇଁ ଆଗାମୀ ୩ ମାସ ଯାଏଁ ବନ୍ଦ ରହିବ ମୋଦିଙ୍କ ‘ମନ୍ କି ବାତ୍’

ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ ଆସନ୍ତା ୩ ମାସ ପର୍ଯ୍ୟନ୍ତ ବନ୍ଦ ରହିବ। ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଏହା ପୂର୍ବରୁ ଆଚରଣ ବିଧି ଲାଗୁ ହେଉଥିବାରୁ ଏହି କାର୍ଯ୍ୟକ୍ରମ ଆଉ ପ୍ରସାରିତ ହେବ ନାହିଁ। ଆଜି ମନ କି ବାତ୍ କାର୍ଯ୍ୟକ୍ରମର ୧୧୦ତମ ସଂସ୍କରଣରେ ମୋଦି ଏହି ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ, ନିର୍ବାଚନ ଆଚରଣ ବିଧି ଲାଗୁ ହେଉଥିବାରୁ ଆଗାମୀ ତିନି ମାସ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ବନ୍ଦ ରହିବ। ଏହି ସମୟରେ ‘ମନ କି ବାତ୍’ର ଛୋଟ ଭିଡିଓ କରି ସେୟାର କରନ୍ତୁ। ୟୁଟ୍ୟୁବରେ ସର୍ଟ୍ସ ମଧ୍ୟ ସେୟାର କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, “ମନ କି ବାକ୍ ତିନିମାସ ପାଇଁ ଅଟକି ଯାଇପାରେ, କିନ୍ତୁ ଦେଶର ସଫଳତା କେବେ ବି କିଛି ସମୟ ପାଇଁ ବନ୍ଦ ହେବ ନାହିଁ। ତେଣୁ ସମାଜ ତଥା ଦେଶର ସଫଳତାକୁ ସୋଶାଲ ମିଡିଆ ମାଧ୍ୟମରେ ‘ମନ କି ବାତ୍’ ହ୍ୟାସଟ୍ୟାଗ୍ ଦେଇ ପୋଷ୍ଟ କରି ରଖନ୍ତୁ।”

ସୂଚନାଯୋଗ୍ୟ ଯେ, ପ୍ରତି ମାସର ଶେଷ ରବିବାରରେ ‘ମନ କି ବାତ୍’ ପ୍ରସାରିତ ହୋଇଥାଏ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶର ସଫଳ ବ୍ୟକ୍ତିତ୍ୱଙ୍କ ବାବଦରେ ଆଲୋଚନା କରିବା ସହ ସେମାନଙ୍କ କାର୍ଯ୍ୟ ଦକ୍ଷତାଙ୍କୁ ପ୍ରଶଂସା କରିଥାନ୍ତି।

Related Posts