ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୧୭ ବର୍ଷୀୟା ନାବାଳିକାକୁ ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ନେଇ ଅଭିଯୋଗ ହୋଇଛି। ଅଭିଯୁକ୍ତ ଯୁବକ ଅନ୍ୟଜଣେ ଯୁବତୀଙ୍କୁ ବିବାହ କରିବା ପୂର୍ବରୁ ଉକ୍ତ ଅଞ୍ଚଳର ଯୁବକ ଘୁଙ୍ଗୁରିଆ ସିଂର ପୁଅ ଗୌରାଙ୍ଗ ସିଂ(୨୦)କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ ନାବାଳିକାକୁ ନିଜ ଗାଁର ଗୌରାଙ୍ଗ ପ୍ରଥମେ ନାବାଳିକାକୁ ପ୍ରେମ ଜାଲରେ ଫସାଇଥିଲା। ପରେ ବିବାହ ପ୍ରଲୋଭନ ଦେଖେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲା। ନାବାଳିକାକୁ ଧୋକ୍କା ଦେବା ପରେ ଜଣାପଡ଼ିଥିଲା ଯେ, ଗୌରାଙ୍ଗ ନିଜ ସହିତ ଅନ୍ୟ ଜଣେ ଯୁବତୀକୁ ଆଣି ପାଖରେ ରଖିଥିଲା। ନାବାଳିକା ପୀଡିତାକୁ ଠକି ଦେଇ ତାକୁ ବିବାହ କରିବ ବୋଲି କହିଥିଲା। ପରେ ଅନ୍ୟ ଉପାୟ ନପାଇ ପୀଡିତା ଥାନାର ଦ୍ୱାରସ୍ଥ ହୋଇଥିଲା ଓ ଯୁବକ ବିରୁଦ୍ଧରେ ଲିଖିତ ଅଭିଯୋଗ ଦେଇଥିଲା। ଏନେଇ ପୁଲିସ ପୋକ୍ସୋ ଆଇନ୍ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଥାନା ଅଧିକାରୀ ପ୍ରଭାଂସୁ ଶେଖର ମିଶ୍ର ଆଜି ପୂର୍ବାହ୍ନରେ ଏସଆଇ ଅନିତା ସ୍ୱାଇଁଙ୍କ ଦ୍ୱାରା ଅଭିଯୁକ୍ତ ଗୌରାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
