
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ପଙ୍କଜ ମିଶ୍ରାଙ୍କ ଘରେ ଇଡିର ଚଢ଼ାଉ। ତେବେ ଝାଡ଼ଖଣ୍ଡର ସାହିବଗଞ୍ଜ ଜିଲା ଏବଂ ବରହେଟ, ରାଜମହଲ ସହରର ପାଖାପାଖି ୨୦ଟି ସ୍ଥାନରେ ଏହି ଚଢ଼ାଉ ହୋଇଥିଲା। ଚଢାଉ ବେଳେ ଅଧିକାରୀମାନେ ନଗଦ ୩ କୋଟି ଟଙ୍କା ଜବତ କରିଥିବା ଜଣାପଡିଛି।
ଅନ୍ୟପକ୍ଷେ ଇଡି ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଅନ୍ୟପଟେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀ ହୋଇଥିବାରୁ ଏହି ଘଟଣାକୁ ନେଇ ସାରା ରାଜ୍ୟର ରାଜନୀତିକ ମାହୋଲ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି ।