ମନି ଲଣ୍ଡ୍ରିଂ ମାମଲା: ମନ୍ତ୍ରୀ ଡେଭଲପର୍ସର ନିର୍ଦ୍ଦେଶକ ସୁଶୀଲ ମନ୍ତ୍ରୀ ଗିରଫ

ନୂଆଦିଲ୍ଲୀ: ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଛନ୍ତି ମନ୍ତ୍ରୀ ଡେଭଲପର୍ସର ନିର୍ଦ୍ଦେଶକ ସୁଶୀଲ ମନ୍ତ୍ରୀ । କର୍ଣ୍ଣାଟକ ସିଆଇଡି ତାଙ୍କୁ ଗିରଫ କରିଥିବା ଜଣାପଡିଛି।

ସୂଚନା ଅନୁସାରେ, ଘର କିଣିଥିବା ଲୋକଙ୍କୁ ଠକିବା ଅଭିଯୋଗରେ ମନ୍ତ୍ରୀଙ୍କୁ ସେପ୍ଟେମ୍ୱର ୧୨ ଯାଏଁ ନ୍ୟାୟିକ ହେପାଜତରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ପୂର୍ବରୁ ଅଗଷ୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡ୍ରିଂ ମାମଲାରେ କମ୍ପାନିର ପ୍ରମୋଟର୍ସଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲା। ଏଥିରେ ଗ୍ରୁପର ୩୦୦.୪ କୋଟି ଟଙ୍କାର ଅଚଳ ସମ୍ପତ୍ତିକୁ ସିଜ୍ କରାଯାଇଥିଲା।

ଅଭିଯୋଗ ଅନୁସାରେ, ମନ୍ତ୍ରୀ ଡେଭଲପର୍ସ ଫ୍ଲାଟ ପାଇଁ ୯୦ରୁ ୧୦୦ ପ୍ରତିଶତ ଟଙ୍କା ନେବା ପରେ ପ୍ରାୟ ଏକ ଦଶନ୍ଧି ହେବ ଲୋକଙ୍କୁ ସେମାନଙ୍କ ଘର ଦେଉ ନାହିଁ । କିଛି ଘର ମାଲିକଙ୍କୁ ପଞ୍ଜିକରଣ ପରେ ବି ଘରର ଚାବି ଦେଉ ନାହିଁ।

Related Posts