ମଙ୍କିପକ୍ସ ଭୟ: କେରଳର ତ୍ରିଶୁରରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଭାରତ ସହ ଏବେ ସମଗ୍ର ବିଶ୍ୱରେ ମଙ୍କିପକ୍ସକୁ ନେଇ ବଢ଼ିବାକୁ ଲାଗିଛି ଭୟ । ଧିରେ ଧିରେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାକୁ ଲାଗିଛି । ତା ସାଙ୍ଗକୁ ମୃତ୍ୟୁ ଭୟ ମଧ୍ଯ ଘାରିବାକୁ ଲଗିଛି । ତେବେ ଏହି ସବୁ ମଧ୍ୟରେ ଭାରତରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଙ୍କ ମୃତ୍ୟୁ ଘଟିଥିବା ନେଇ ଖବର ସାମ୍ନାକୁ ଆସିଛି ।

କେରଳର ତ୍ରିଶୁରରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ନିକଟରେ ମଙ୍କିପକ୍ସର ଲକ୍ଷଣ ପ୍ରକାଶ ପାଇଥିଲା ଏବଂ ସେ ନିକଟରେ ୟୁଏଇରୁ ଭାରତକୁ ଆସିଥିଲେ।

ମଙ୍କିପକ୍ସର ଲକ୍ଷଣ ପରେ ଯୁବକଙ୍କ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଅଧିକ ସତର୍କ ହୋଇଛି । ମୃତ୍ୟୁକୁ ନେଇ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ରବିବାର କହିଛନ୍ତି, ଯୁବକଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ଯାଞ୍ଚ କରାଯିବ। ଯୁବକଙ୍କ ସ୍ୱାବ ଟେଷ୍ଟ ରିପୋର୍ଟ ଆସିବା ପରେ ସେ କହିଛନ୍ତି ଯେ, ଯୁବକ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ନଥିଲା। ବିନା କୌଣସି ରୋଗରେ ମୃତ୍ୟୁ ହେବା ଉପରେ ବିଶେଷଜ୍ଞ ଟିମ ଯାଞ୍ଚ କରିବା ଆରମ୍ଭ କରିବା ସହ ମୃତ୍ୟୁର କାରଣ ଖୋଜୁଛନ୍ତି । ସେ ମଧ୍ୟ କହିଛନ୍ତି, ଜୁଲାଇ ୨୧ରେ ୟୁଏଇରୁ ଫେରିବା ପରେ ଏତେ ବିଳମ୍ୱରେ କାହିଁକି ହସ୍ପିଟାଲରେ ଭର୍ତ୍ତି ହେଲେ ସେ ଉପରେ ମଧ୍ୟ ତଦନ୍ତ କରାଯିବ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ମଙ୍କିପକ୍ସର ଲକ୍ଷଣ ୬ରୁ ୧୩ ଦିନ ମଧ୍ୟରେ ଦେଖା ଦେଇଥାଏ । ତେବେ କିଛି ମାମଲାରେ ୫ରୁ ୨୧ ଦିନର ସମୟ ମଧ୍ୟ ଲାଗିଥାଏ । ସଂକ୍ରମିତ ହେବା ପରେ ପରବର୍ତ୍ତୀ ୫ ଦିନ ଜ୍ୱର, ମୁଣ୍ଡବ୍ୟାଥ, ହାଲିଆ ଲାଗିବା, ପୀଠିରେ ଯନ୍ତ୍ରଣା ପରି ଲକ୍ଷଣ ଦେଖାଦେଇଥାଏ । ଜ୍ୱର ହେବାର ତିନି ଦିନ ଭିତରେ ଶୀରରରେ ଫୋଟକା ଦେଖା ଦେଇଥାଏ

Related Posts