ମଙ୍କିପକ୍ସ ଭୟ: ଜରୁରୀ ବୈଠକ ଡାକିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ୱାଶିଂଟନ: ଏବେ କରୋନା ପରେ ଦେଶବାସୀଙ୍କୁ ଘାରିଛି ମଙ୍କିପକ୍ସ ଭୟ । ମାନବ ସମାଜ ପାଇଁ ଘନେଇବାରେ ଲାଗିଛି ବିପଦ । ଟମାଟୋ ଫ୍ଲ୍ୟୁ ପରେ ଏବେ ଚିନ୍ତାର କାରଣ ପାଲଟିଥିବା ମଙ୍କି ପକ୍ସକୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) । ଏହି ମାରାତ୍ମକ ରୋଗର ଆକ୍ରାନ୍ତଙ୍କ ସଂଖ୍ଦା ବଢିବା ପରେ ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ପାଇଁ ହୁ ଏକ ଜରୁରୀକାଳୀନ ବୈଠକ ଡାକିଥିବା ଜଣାପଡ଼ିଛି । ମେ ମାସ ଆରମ୍ଭରୁ ଏହି ରୋଗ କବଳରେ ପଡ଼ିଛନ୍ତି ବିଶ୍ବବାସୀ । ୟୁକେ, ସ୍ପେନ, ବେଲଜିୟମ, ଇଟାଲୀ, ଅଷ୍ଟ୍ରେଲିଆ ଓ କାନାଡ଼ାରେ ଏହି ରୋଗ ଚିହ୍ନଟ ହୋଇଛି ।

ଗତ ମେ ୭ ତାରିଖରେ ଇଂଲଣ୍ଡରେ ମଧ୍ୟ ମଙ୍କି ପକ୍ସରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ମିଳିଛି । ଯିଏକି ନିକଟରେ ନାଜେରିଆ ଗସ୍ତ କରିଥିଲେ । ତେବେ ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଙ୍କିପକ୍ସ ଏକ ବିରଳ କିନ୍ତୁ ଗୁରୁତର ଭାଇରାଲ୍ ରୋଗ । ଏହା ସାଧାରଣତଃ ଫ୍ଲୁ ପରି ରୋଗ ଏବଂ ଲିମ୍ଫ ନୋଡ(ରୋଗ ପ୍ରତିରୋଧକ ଶକ୍ତିର ଏକ ଅଂଶ)ର ଫୁଲା ଠାରୁ ଆରମ୍ଭ ହୋଇ ମୁହଁ ଏବଂ ଶରୀରରେ ଘା’ ହୋଇଯାଏ ।

ସଂକ୍ରମିତ ପ୍ରାଣୀ କିମ୍ବା ସମ୍ଭବତଃ ପ୍ରାଣୀଜାତ ଦ୍ରବ୍ୟର ସଂସ୍ପର୍ଶରେ ଆସିଲେ ଏହି ରୋଗ ହୋଇଥାଏ । ଏହା ଜଣେ ଲୋକଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ କରିନଥାଏ, ହେଲେ ଭାଇରସ ଶରୀରର ତରଳ ପଦାର୍ଥର ସଂସ୍ପର୍ଶରେ ଆସିବା ପରେ ରୂପାନ୍ତରିତ ହୋଇଥାଏ । ଫଳରେ ରୋଗୀ ଏଥିରେ ଆକ୍ରାନ୍ତ ହୋଇଥାଏ । ଶ୍ବାସନଳୀର ଡ୍ରପଲେଟ ସଂସ୍ପର୍ଶରେ ଆସିଲେ ଅନ୍ୟ ଜଣେ ଏଥିରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ।

Related Posts