ଦରଦାମ ବୃଦ୍ଧି ପ୍ରତିବାଦରେ ଗର୍ଜିବ ଆମ ଆଦମୀ ପାର୍ଟି: ୨୪ରେ ଦଳର ବିକ୍ଷୋଭ

ଭୁବନେଶ୍ବର: ଦେଶରେ ଦିନକୁ ଦିନ ସମସ୍ତ ସାମଗ୍ରୀର ଦରଦାମ ବୃଦ୍ଧି ପାଇବାର ଲାଗୁଛି । ବଢୁଥିବା ଦରଦାମ୍ କୁ ନେଇ ଲୋକଂକ ମଧ୍ୟରେ ଅସନ୍ତୋଷ ବଢ଼ିବାକୁ ଲାଗୁଛି । ତେବେ ବଢ଼ୁଥିବା ଦରଦାମ୍ କୁ ନେଇ ରାଜରାସ୍ତାକୁ ଓହ୍ଲାଇବ ଆମ ଆଦମୀ ପାର୍ଟି । କରିବ ପ୍ରତିବାଦ। ଆସନ୍ତା ୨୪ ତାରିଖରେ ମାଷ୍ଟର କ୍ୟାଣ୍ଟିନ ଠାରେ ଦଳ ବିକ୍ଷୋଭ କରିବ ବୋଲି କହିଛି । କାରଣ ମାତ୍ର ୧୫ ଦିନ ତଳେ ଘରୋଇ ରନ୍ଧନ ଗ୍ୟାସର ମୂଲ୍ୟ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ଗତକାଲି(ଗୁରୁବାର) ପୁଣି ନରେନ୍ଦ୍ର ମୋଦି ସରକାର ୩ ଟଙ୍କା ୫୦ ପଇସା ବଢ଼ାଇଛନ୍ତି l

ବ୍ୟବସାୟିକ ଗ୍ୟାସର ଦର ମଧ୍ୟ ୮ ଟଙ୍କା ବଢିଛି l ବର୍ତ୍ତମାନ ଭୁବନେଶ୍ବରରେ ଘରୋଇ ଗ୍ୟାସ ୧୦୨୯ ଟଙ୍କା ଏବଂ ବ୍ୟାବସାୟିକ ଗ୍ୟାସ ୨୪୮୧ ଟଙ୍କା ହୋଇଛି l କେବଳ ଗ୍ୟାସ ଦର ବୃଦ୍ଧି ନୁହେଁ ପେଟ୍ରୋଲ, ଡିଜେଲ ଏବଂ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି ମଧ୍ୟ ଆକାଶଛୂଆଁ ହୋଇଛି l

ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୧୧୨ ଟଙ୍କା ୫୦ ପଇସା ହୋଇଥିବା ବେଳେ ଡିଜେଲ ଦର ୧୦୨ ଟଙ୍କା ୨୪ ପଇସାରେ ପହଞ୍ଚିଛି l ଖାଇବା ତେଲ, ପନିପରିବା, ଗ୍ରୋସରୀ ଏବଂ ବସ ଓ ଟ୍ରେନରେ ଭଡା ମଧ୍ୟ ଅତ୍ୟଧିକ ବୃଦ୍ଧି ପାଇଛି lଦରଦାମ ବୃଦ୍ଧି ବିରୁଦ୍ଧରେ ଆସନ୍ତା ୨୪ରେ ଆମ ଆଦମୀ ପାର୍ଟିର ପ୍ରତିବାଦଆପ କହିଛି, ‘‘ରାଜ୍ୟର ନବୀନ ସରକାର ଟାଟା କମ୍ପାନୀ ସହିତ ମିଶି ଲୋକଙ୍କ ଉପରେ ବିଜୁଳି ଅତ୍ୟାଚାର ଜାରି ରଖିଛନ୍ତି l ବର୍ଦ୍ଧିତ ବିଲ, ବିଜୁଳି କାଟରେ ଲୋକେ ତ୍ରାହିତ୍ରାହି ଡାକୁଛନ୍ତି l କରୋନା ହେତୁ ରୋଜଗାର ହ୍ରାସ ପାଇଥିବା ବେଳେ ମୋଦି ଏବଂ ନବୀନଙ୍କର ଜନବିରୋଧୀ ନୀତି ଲୋକଙ୍କର ଜୀବନ ଜୀବିକା ଉପରେ ଭୀଷଣ ପ୍ରଭାବ ପକାଇଛି l ସାଧାରଣ ଜନତାଙ୍କର ଦୈନଦିନ ଜୀବନ ଦରଦାମ ବୃଦ୍ଧି ହେତୁ ଅତିଷ୍ଠ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଆମ୍ ଆଦମୀ ପାର୍ଟି ଖୋର୍ଦ୍ଧା ଏବଂ ଭୁବନେଶ୍ବରର କାର୍ଯ୍ୟକର୍ତ୍ତା ମାନେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ନିକଟରେ ଦରଦାମ ବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ପାଇଁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦାବି ଜଣାଇଛନ୍ତି । ଏହାସହ ବର୍ଦ୍ଧିତ ଗ୍ୟାସ, ପେଟ୍ରୋଲ, ଡିଜେଲ ଏବଂ ବିଦ୍ୟୁତ ଦରକୁ ହ୍ରାସ କରିବା ପାଇଁ ଦାବି ଜଣାଇଛନ୍ତି ।

Related Posts