ଆସନ୍ତା କାଲି କାର୍ତ୍ତିକ ପୂର୍ଣ୍ଣିମା ସହ ଚନ୍ଦ୍ର ଗ୍ରହଣ; ରାତି ୧୨ଟାରୁ ଖୋଲିବ ଶ୍ରୀମନ୍ଦିର, ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ସ୍ଵତନ୍ତ୍ର ନିତିକାନ୍ତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧର୍ମମାସ କାର୍ତ୍ତିକର ଆସନ୍ତାକାଲି ଅନ୍ତିମ ଦିବସ କାର୍ତ୍ତିକ ପୂର୍ଣ୍ଣିମା ଏହାସହ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କର ଅନୁଷ୍ଠିତ ହେବ ସ୍ବତନ୍ତ୍ର ନୀତିକାନ୍ତି । କାର୍ତ୍ତିକ ପୁର୍ଣିମା ଅବସରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ରାଜାଧିରାଜ ବେଶ ବା ସୁନା ବେଶ ।

ରାହୁ ଗ୍ରସ୍ତୋଦୟ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିର ନିତିକନ୍ତିରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଆଜି ରାତ୍ର ୧୨ଟା ୧୦ରେ ଦ୍ବାରଫିଟା ନୀତି ୧୨ଟା ୨୫ରେ ଭିତର ଶୋଧ, ୧୨ଟା ୩୦ରେ ମଙ୍ଗଳ ଆଳତୀ, ୧୨ଟା ୪୫ରେ ରୋଷ ହୋମ, ୧୨ରେ ୪୫ରେ ମଇଲମ ଓ ତଡ଼ପ ଲାଗି, ୧ଟା ୧୫ରେ ଅବକାଶ ଓ ୨ଟାରେ ସୂର୍ଯ୍ୟପୂଜା ହେବ ।

ସେହିପରି ୨ଟା ୩୦ରେ ଦ୍ବାରପାଳ ପୂଜା ପରେ ରାଜାଧିରାଜ ବେଶ, ୩ଟାରେ ଗୋପାଳ ବଲ୍ଲଭ, 3ଟା ୨୦ରୁ ୪ଟା ୨୦ରେ ସକାଳ ଧୂପ (କେବଳ କୋଠଭୋଗ), ୪ଟା ୪୫ରେ ବାଳଧୂପ ଓ ଭୋଗମଣ୍ଡପ, ୫ଟା ୧୦ରେ ବାଳଧୂପ ଶେଷ, ୫ଟା୧୫ରେ ବନ୍ଦାପନା, ୫ଟା ୫୦ ସୁଦ୍ଧା ଭୋଗ ମଣ୍ଡପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ତେବେ ୫ଟା ୫୪ ମିନିଟ ପରଠାରୁ ପାକ ତ୍ୟାଗ ନିଷେଧ ହୋଇଥିବାରୁ ଦେବ ନୀତି ବନ୍ଦ କରାଯାଇ ଶ୍ରୀଜୀଉ ମାନଙ୍କ ଦର୍ଶନ ବ୍ୟବସ୍ଥା ଜାରି ରହିବ । ଦିନ ୨ଟା ୩୮ ମିନିଟରେ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦେବ ନିତୀ ଆରମ୍ଭ କରାଯିବ । ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନିତୀ ଆଦି କରାଯିବ । ସନ୍ଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡ ପରେ ଗ୍ରହଣ ସର୍ବମୋକ୍ଷ ହେବା କ୍ଷଣି ଘର ଓ ଅନ୍ୟାନ୍ୟ ଦେବାଳୟରେ ପୂଜା ହୋଇପାରିବ ।

Related Posts