
ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଭୁତୁଡ଼ା ପଞ୍ଚାୟତ ସରେଇକଳା ନିକଟରେ ଦୁର୍ଘଟଣା | ଭାରସାମ୍ୟ ହରାଇ ଓଲଟି ପଡିଲା ପିକ୍ଅପ୍ ଭ୍ୟାନ୍ | ଫଳରେ ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଲହୁଣୀପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ମହିଳା, ପରୁଷ ଓ କିଛି ନାବାଳିକା ଥିବା ଜଣାଯାଇଛି। ସମସ୍ତଙ୍କ ଘର ସରେଇ କଳା ଓ ହଟିଂ ଅଞ୍ଚଳରେ ହୋଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ସମୟରେ ସରେଇ କଳା ଓ ହଟିଂ ଅଞ୍ଚଳର ୨୫ରୁ ଅଧିକ ଲୋକ ପିଡିଏସ ଚାଉଳ ଧରି ପିକ୍ଅପ୍ ଭ୍ୟାନରେ ଭୁତୁଣୀରୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ସରେଇକଳାରେ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।
ଏନେଇ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଁଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ ରେ ଭର୍ତି କରାଇଛି | ସେପଟେ ଏହି ଦୁର୍ଘଟଣାରେ କେହି ମୃତହତ ହୋଇନଥିବା ସୂଚନା ମିଳିଛି | ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି |