ସୁନ୍ଦରଗଡ଼(ସତ୍ୟପାଠବ୍ୟୁରୋ): ଆଜି ଭୋର୍ ସମୟରେ  ଭଷ୍ମା ଥାନା ସିଙ୍ଗେରମୁଣ୍ଡା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ଏକ କାର୍ (ଜେଏଚ୍ ୦୪ ଏଫ- ୮୬୩୯) ରାସ୍ତା କଡ଼ ପଡ଼ିଆକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କାର ଭାଙ୍ଗି ଚୂରମାର ହୋଇ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ତେବେ କୌଣସି ଗାଡ଼ି ଧକ୍କା କିମ୍ବା ଭାରସାମ୍ୟ ହରାଇ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ। କେହି ଜଣେ ସକାଳ ସାଢ଼େ ୫ଟାରେ  ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଦେଖି ଭଷ୍ମା ପୋଲିସକୁ ସୂଚନା ଦେବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ଗାଡ଼ି ଭିତରୁ ଗୁରୁତରଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ବଡ଼ ଡାକ୍ତରଖାନାକୁ ପଠାଇଛି। ଏହା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ  ଓ କାରକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତାହତଙ୍କ ପରିଚୟ ହସ୍ତଗତ ହୋଇ ନାହିଁ।