ଦେଶରେ ୮୦୦ରୁ ଅଧିକ ଦେଶଦ୍ରୋହ ମାମଲା ରୁଜୁ ହୋଇଛି; ଜେଲରେ ଅଛନ୍ତି ପ୍ରାୟ ୧୩ ହଜାରରୁ ଅଧିକ ଲୋକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନର ମାମଲାର ଶୁଣାଣିବେଳେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସେପଟେ ଅଦାଲତ ବର୍ତ୍ତମାନ ପର୍ଯ୍ୟନ୍ତ ଆଇନକୁ ସ୍ଥିଗିତ ରଖିଛନ୍ତି । ବିଶେଷ କଥା ହେଉଛି ଆଇନର ସମୀକ୍ଷା ବିଷୟରେ କେନ୍ଦ୍ର ସରକାର ଆଲୋଚନା କରିଛନ୍ତି । ଅଦାଲତ କହିଛନ୍ତି ଯେ ସମୀକ୍ଷା ସମାପ୍ତ ନହେବା ପର୍ଯ୍ୟନ୍ତ ଏହି ସ୍ଥଗିତାଦେଶ ଜାରି ରହିବ । ଅନ୍ୟପଟେ ଭବିଷ୍ୟତରେ ଧାରା ୧୨୪-ଏ ଅନ୍ତର୍ଗତ ଥିବା ଏଫଆଇଆର ଗୁଡ଼ିକ କେବଳ ପୁଲିସ ଅଧିକ୍ଷକ କିମ୍ବା ତଦୁର୍ଦ୍ଧ ଅଧିକାରୀଙ୍କ ଦ୍ୱାରା ଅନୁସନ୍ଧାନ ପରେ ପଞ୍ଜୀକୃତ ହୋଇପାରିବ ବୋଲି କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି ।

ସରକାର କହିଛନ୍ତି ଯେ ବିଚାରଧୀନ ମାମଲାରେ ଜାମିନର ଶୀଘ୍ର ବିଚାର ପାଇଁ କୋର୍ଟ ନିଦେ୍ର୍ଦଶ ଦେଇପାରିବେ । ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଆଇନଜୀବି କପିଲ ସିବଲ କହିଛନ୍ତି ଯେ ସାରା ଦେଶରେ ୮୦୦ରୁ ଅଧିକ ଦେଶଦ୍ରୋହ ମାମଲା ରୁଜୁ ହୋଇଛି । ଏହା ଯୋଗୁ ୧୩ ହଜାରରୁ ଅଧିକ ଲୋକ ଜେଲରେ ଅଛନ୍ତି । ଜେଲରେ ଥିବା ଅଭିଯୁକ୍ତମାନେ ଜାମିନ ପାଇଁ ଅଦାଲତରେ ଆବେଦନ କରିପାରିବେ ବୋଲି ଶୀର୍ଷକୋଟୟ କହିଛନ୍ତି ।

Related Posts