ପେଗାସସ୍ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଯାଂଚ ଦାବିରେ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୫୦୦ ରୁ ଅଧିକ ବିଶିଷ୍ଟ ବ୍ୟକ୍ତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପେଗାସସ୍‌ ଫୋନ୍‌ ଟ୍ୟାପିଂ ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଛି।ଏହି ପ୍ରସଙ୍ଗରେ ସଂସଦରେ ବିରୋଧୀ ଜୋରଦାର ବିରୋଧ କରୁଥିବା ବେଳେ, ମାମଲା ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଲାଣି। ବରିଷ୍ଠ ପତ୍ରକାର, ରାଜ୍ୟସଭା ସାଂସଦ ଏହି ମାମଲାରେ ସୁପ୍ରିମକୋର୍ଟରେ ୟାଚିକା ଦାଏର କରିଛନ୍ତି। ବର୍ତ୍ତମାନ ଏହି ମାମଲାରେ ଦେଶରେ 500 ରୁ ଅଧିକ ବିଶିଷ୍ଟ ବ୍ୟକ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କୁ ଚିଠି ଲେଖି ଘଟଣାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଚିଠିରେ ଦର୍ଶାଯାଇଛି ଯେ ପେଗାସସ୍ ସ୍ପାଏୱେୟାର ବ୍ୟବହାର କରି ସାମ୍ବାଦିକ, ବିରୋଧୀ ଦଳର ନେତା ତଥା ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନଙ୍କର ଫୋନ୍ ଟ୍ୟାପିଂ କରାଯାଇଛି।

ଏହି ଚିଠି ମାଧ୍ୟମରେ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରାଯାଇଛି ଯେ କୌଣସି ଭାରତୀୟ ସଂସ୍ଥା କିମ୍ବା କମ୍ପାନୀ ପେଗାସସ୍ କିଣିଛନ୍ତି କି ନାହିଁ ତାହା ସୁପ୍ରିମକୋର୍ଟ ଏହାର ଯାଞ୍ଚ କରନ୍ତୁ ? ଯଦି କିଣାଯାଇଛି , ତେବେ ଏହାର ପେମେଣ୍ଟ କିପରି କରାଗଲା ? ଯଦି ପେଗାସସ୍ କିଣାଯାଇଥିଲେ କାହାର ଜାସୁସି କରାଯିବ ପାଇଁ ଏବଂ କେମିତି ନିଷ୍ପତ୍ତି ନିଆଯାଇଛି ଯେ କାହାର ଗୁଇନ୍ଦା ଗିରି କରାଯିବ ଏ ନେଇ ଯାଞ୍ଚ କରିବା ପାଇଁ ଆବେଦନ କରାଯାଇଛି। ଏପରି ଟାର୍ଗେଟ କରାଯିବାର ଯଥାର୍ଥତା କ’ଣ ? କେଉଁ ସାମ୍ବିଧାନିକ ସଂସ୍ଥା ସାମ୍ବାଦିକ, ରାଜନେତା, ଆଇନଜୀବୀ, ମାନବାଧିକାର କର୍ମୀ ଏବଂ ସୁପ୍ରିମକୋର୍ଟର କର୍ମଚାରୀଙ୍କ ଗୋପନୀୟତା ଉଲ୍ଲଂଘନ ଉପରେ ନଜର ରଖିଛନ୍ତି ?

ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ପେଗାସସ୍ ସମସ୍ତଙ୍କ ଜୀବନକୁ ବିପଦରେ ପକାଇ ଦେଇଛି, ଜରୁରୀକାଳୀନ ପରିସ୍ଥିତି ଅପେକ୍ଷା ଏହା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ। ଚିଠିରେ କୁହାଯାଇଛି ଯେ କେବଳ ସୁପ୍ରିମକୋର୍ଟ ଉପରେ ଲୋକଙ୍କ ଭରଷା ରହିଛି। ବିଶେଷ କରି ମହିଳା ମାନେଳ ବିଶ୍ୱାସ କରନ୍ତି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି, କେବଳ ସୁପ୍ରିମକୋର୍ଟ ଏହାର ଯାଞ୍ଚ କରି ପାରିବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଏକ ଚିଠିରେ କୁହାଯାଇଛି ଯେ ସିଜେଆଇ ରଂଜନ ଗୋଗୋଇଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିବା ମହିଳା କର୍ମଚାରୀଙ୍କ ମୋବାଇଲ୍ ଫୋନ୍ ମଧ୍ୟ ହ୍ୟାକ୍ ହୋଇଛି।ଏବଂ ମାନବାଧିକାର କର୍ମୀମାନେ ମଧ୍ୟ ଏହାର ଶିକାର ହୋଇଛନ୍ତି ବୋଲି ଉଲ୍ଲେଖ କରାଯାଇଛି ।

ଆକ୍ଟିଭିଷ୍ଟ ଅରୁଣା ରାୟ, ହର୍ଷ ମାଣ୍ଡେର, ଅଞ୍ଜଳି ଭରଦ୍ୱାଜ, ଓକିଲ ଭରିଣ୍ଡା ଗ୍ରୋଭର, ଜୁମା ସେନ, ପ୍ରତୀକ ବକ୍ସି, ଶିକ୍ଷା ତଥା ବୈଜ୍ଞାନିକ ଜୋୟା ହୁସେନ୍, ରୋମିଲା ଥାପର, ଲେଖକ ଅରୁନ୍ଧତୀ ରୟ, ରାଜନେତା ମନୋଜ ଝା, ସାମ୍ବାଦିକ ଅନୁରାଧା ଭସିନ୍ ଏହି ଚିଠି ଲେଖିଛନ୍ତି। ଏହା ବ୍ୟତୀତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ଅବସରପ୍ରାପ୍ତ ସେନା ଅଧିକାରୀ ମଧ୍ୟ ଅଛନ୍ତି।

ସୂଚନାଯୋଗ୍ୟ ଯେ, ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏକ ଆନ୍ତର୍ଜାତୀୟ ଗଣମାଧ୍ୟମ ସମୂହ ରିପୋର୍ଟ ପ୍ରକାଶ କରିଥିଲା ଯେ ଇସ୍ରାଏଲ କଂପାନୀ NSO ଦ୍ବାରା ପେଗାସସ୍ ସ୍ପାଏୱେୟାର ମାଧ୍ୟମରେ ଭାରତରେ 300 ରୁ ଅଧିକ ମୋବାଇଲ୍ ନମ୍ବର ଉପରେ ନଜର ରଖାଯାଇଛି। ଏଥିରେ ଦୁଇ ମନ୍ତ୍ରୀ, 40 ରୁ ଅଧିକ ସାମ୍ବାଦିକ, ତିନି ବିରୋଧୀ ନେତା ଏବଂ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମଧ୍ୟ ସାମିଲ ଥିଲେ।

Related Posts