ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗ ଉପରେ ନିର୍ମାଣ ହେବ ଫିଲ୍ମ। ବୁଢ଼ିଆଣୀ ପରି ଜାଲ ବିଛାଇ କେମିତି ବଡ଼ବଡିଆମାନଙ୍କୁ ଲୁଟି କୋଟିପତି ପାଲଟିଥିଲେ ତାହାର ରହସ୍ୟ ଧିରେ ଧିରେ ପଦାକୁ ଆସୁଥିବା ବେଳେ ଅର୍ଚ୍ଚନାକୁ ନେଇ ପ୍ରଯୋଜକ ଶ୍ରୀଧର ମାର୍ଥା ଫିଲ୍ମ ତିଆରି କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି।
ଏନେଇ ପ୍ରତିକ୍ରିୟା ରଖି ପ୍ରଯୋଜକ ଶ୍ରୀଧର ମାର୍ଥା କହିଛନ୍ତି, ସମାଜରେ ଘଟୁଥିବା ଘଟଣାବଳୀକୁ ନେଇ ଫିଲ୍ମ ନିର୍ମାଣ ହେବ । ତେବେ ଅର୍ଚ୍ଚନାଙ୍କ ଉପରେ ନିର୍ମାଣ ହେଉଥିବା ଏହି ଫିଲ୍ମର ନାଁ ‘ମାୟାବିନୀ’ ରହିବ ବୋଲି ଜଣାପଡିଛି । ମାୟାବିନୀଙ୍କ ଜାଲରେ କିପରି ରାଜନେତା, ବିଲଡର ଓ ହାଇପ୍ରୋଫାଇଲ ବ୍ୟକ୍ତି ପଡିଛନ୍ତି ତାକୁ ନେଇ ନିର୍ମାଣ ହେଉଛି ଫିଲ୍ମ ।
ବଡ଼ ବଡ଼ ବିଲ୍ଡର, ଫିଲ୍ମ ନିର୍ଦ୍ଦେଶକ, ବ୍ୟବସାୟୀ ଓ ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ମାୟାଜାଲରେ ଫସାଉଥିଲା ଅର୍ଚ୍ଚନା। ସେ ଗିରଫ ହେବା ପରେ ଘଟଣା ଉପରୁ ପର୍ଦ୍ଦା ହଟୁଛି। ଆଉ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ରାଜଧାନୀର ଲେଡି ବ୍ଲାକମେଲ୍ର ଅର୍ଚ୍ଚନା ନାଗ। ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ସେହି ଅର୍ଚ୍ଚନାକୁ ନେଇ ପ୍ରଯୋଜକ ଶ୍ରୀଧର ମାର୍ଥା ଫିଲ୍ମ ତିଆରି କରିବେ। ଏଥିରେ ଲଭ୍, ସେକ୍ସ ଓ କ୍ଲାଇମ୍ୟାକ୍ସ ରହିବ ବୋଲି ଫିଲ୍ମ ପ୍ରଯୋଜକ କହିଛନ୍ତି। ଫିଲ୍ମର ସଂଳାପ ଲେଖାଚାଲିଛି। ଖୁବ୍ଶୀଘ୍ର ଶୁଟିଂ ଆରମ୍ଭ ହେବ ବୋଲି ପ୍ରଯୋଜକ ଶ୍ରୀଧର ମାର୍ଥା କହିଛନ୍ତି।
