ବାଚସ୍ପତି ମହୋଦୟ ମୁଁ ରାଜ୍ୟପାଳ, ମୋ ବିରୁଦ୍ଧରେ କହିବା ପାଇଁ ଆପଣକୁ ଲାଇସେନ୍ସ ଦେଲା କିଏ? : ଧନକଡ

କୋଲିକତା(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ପୁଣିଥରେ ରାଜନୈତିକ ମାହୋଲ ବେଶ ଅସ୍ଥିର ହୋଇ ପଡ଼ିଛି । ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାଜ୍ୟପାଳ ଜଗଦୀପ ଧନଖଡ ପୁଣିଥରେ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ସାମ୍ବିଧାନିକ ନିୟମ ଉଲ୍ଲଂଘନ କରିବା ଓ ସେ ମାଗିଥିବା ସୂଚନାକୁ ପ୍ରଦାନ ନକରିବାର ରାଜ୍ୟପାଳ ଅଭିଯୋଗ କରିଛନ୍ତି । ଏହା ସହ ଗଣତନ୍ତ୍ର ଦିବସ ପୂର୍ବରୁ ବିଧାନସଭା ପରିସରରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ରାଜ୍ୟପାଲ ବାଚସ୍ପତିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ବାଚସ୍ପତିଙ୍କ ପାଖରେ ଯେପରି ରାଜ୍ୟପାଳଙ୍କ ବିଷୟରେ କିଛି କହିବାର ଲାଇସେନ୍ସ ଅଛି । ଏପରିକି କିଛି ବି କହି ନିଜେ ହିଁ ନିୟମକୁ ଉଲ୍ଲଘଂନ କରିବାରେ ଲାଗିଛନ୍ତି ।

କେବଳ ଏତିକି ନୁହେଁ ବରଂ ଅନେକ ଥର ବାଚସ୍ପତି ବିଏସଏଫର କାର୍ଯ୍ୟ କ୍ଷେତ୍ରର ସମ୍ପ୍ରସାରଣ ଉପରେ ବିଧାନସଭାର ସଂକଳ୍ପର ବିବରଣୀ ସମେତ ତାଙ୍କୁ ଖୋଜୁଥିବା ସୂଚନା ଦେଇନାହାଁନ୍ତି। ସେପଟେ ରାଜ୍ୟପାଳଙ୍କ ଭାଷଣକୁ ବିଧାନସଭାରେ ଦୁଇଥର ବ୍ଲାକ ଆଉଟ କରାଯାଇଥିଲା । ବାଚସ୍ପତିଙ୍କୁ ଅନୁଚ୍ଛେଦ ୧୬୮ ବିଷୟରେ ଜଚ୍ଚା ନାହିଁ କି ? ମୁଁ ଏପରି ଅଜ୍ଞାତ, ଅସାମ୍ବିଧାନିକ କାର‌୍ୟ୍ୟର ସମ୍ମୁଖୀନ ହେବି ନାହିଁ। ବର୍ତ୍ତମାନ ଠାରୁ ଯେପରି ରାଜ୍ୟପାଳଙ୍କ ଭାଷଣକୁ ବାଚସ୍ପତି ବ୍ଲାକ ଆଉଟ ନକରିବେ । ଯଦି ସେ ଏପରି କରନ୍ତି ତେବେ ଆଇନର ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ରାଜ୍ୟପାଳ ଜଗଦୀପ ଧନଖଡ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ବତ୍ତମାନ ଏହା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

Related Posts