ପୌର ନିର୍ବାଚନ: ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ମତଦାନ ବେଳେ ହିଂସା, ବୁଥରେ ଛୁରାମାଡ଼, ଜଣେ ଗୁରୁତର

ଭଦ୍ରକ: ଆଜି ରାଜ୍ୟରେ ଚାଲିଛି ପୌର ନିର୍ବାଚନ ଲାଗି ଭୋଟ ଗ୍ରହଣ । ବିଭିନ୍ନ ପୌରାଞ୍ଚଳରେ ସକାଳ 8 ଟାରୁ ମତଦାନ ପକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାରି ମଧ୍ୟରେ ଭଦ୍ରକ ଜିଲ୍ଲାର ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଘଟିଛି ନିର୍ବାଚନୀ ହିଂସାକାଣ୍ଡ । ୯ ନଂ ୱାର୍ଡର ୧୬ ନଂ ବୁଥରେ ଛୁରାମାଡ଼ ହୋଇଛି । ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ ଏସି ଏବଂ ୩ଟି ମହାନଗର ନିଗମ ପାଇଁ ଚାଲିଛି ଭୋଟ୍ ଗ୍ରହଣ। କାଉନସିଲର/କର୍ପୋରେଟର ଏବଂ ପୌରାଧ୍ୟକ୍ଷ/ମେୟର ପଦବି ପାଇଁ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟିଂ ଚାଲିଛି । ନିର୍ବାଚନ ମଇଦାନରେ ୬ହଜାର ୪୧୧ ଜଣ ପ୍ରାର୍ଥୀ ଥିବାବେଳେ ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବେ। ଏଥର ମ୍ୟୁନିସପାଲଟି ଓ ଏନ୍ ଏସିର ୧ହଜାର ୬୭୨ଟି ୱାର୍ଡ ଏବଂ ୩ଟି ମହାନଗର ନିଗମର ୧୬୫ଟି ୱାର୍ଡରେ ନିର୍ବାଚନ ହେଉଛି ।

ମେୟର/ପୌରାଧ୍ୟକ୍ଷ ପଦବି ପାଇଁ ୫୬୯ଜଣ, କର୍ପୋରେଟର/କାଉନସିଲର ପଦବି ପାଇଁ ୫ ହଜାର ୮୪୨ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ମ୍ୟୁନିସପାଲଟି/ଏନ୍ ଏସିର ୨ହଜାର ୯୮୯ଟି ବୁଥ୍ ରେ ଏବଂ ୩ଟି ମହାନଗର ନିଗମର ୧ ହଜାର ୩୮୪ ବୁଥ୍ ରେ ୪୦ଲକ୍ଷ ୫୫ହଜାର ୫୩ଜଣ ମତଦାନ କରିବେ। ମତଦାତା ଜାଣିବା ପାଇଁ କାଉନସିଲର/କର୍ପୋରେଟର ନିର୍ବାଚନ ପାଇଁ ଗୋଲାପି ରଙ୍ଗର କାଗଜ ଏବଂ ପୌରାଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ହଳଦିଆ କାଗଜ ଇଭିଏମ୍ ରେ ବ୍ୟବହାର କରାଯାଇଛି।

Related Posts