ମୁସେୱାଲା ହତ୍ୟାକାଣ୍ଡ; ହତ୍ୟା ପାଇଁ ଡ୍ରୋନ ସାହାଯ୍ୟରେ ପାକିସ୍ତାନରୁ ଆସିଥିଲା ଅସ୍ତ୍ରଶସ୍ତ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ମୁଖ୍ୟ ସୁଟର ପ୍ରିୟବ୍ରତ ଛଦ୍ମନାମ ଫୌଜୀ ଏବଂ ଅନ୍ୟ ଦୁଇଜଣଙ୍କୁ ଗିରଫ କରିବା ପରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ତେବେ ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଫୌଜି ପାକିସ୍ତାନରୁ ଡ୍ରୋନ ସାହାଯ୍ୟରେ ଅସ୍ତ୍ରଶସ୍ତ୍ର ମଗାଯାଇଥିଲା । ଏହି ସାମଗ୍ରୀରେ ଆଠଟି ଗ୍ରେନେଡ୍, ଗୋଟିଏ ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର୍, ନଅଟି ଇଲେକ୍ଟ୍ରିକ୍ ଡିଟୋନେଟର ଏବଂ ଗୋଟିଏ ଏକେ-୪୭ ରହିଥିଲା । ସେପଟେ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ପ୍ରିୟବ୍ରତଙ୍କୁ ଏପ୍ରିଲ ମାସରେ କାନାଡାର ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ସିଦ୍ଧୁଙ୍କୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲେ । ଏବଂ ପ୍ରାୟ ୪ ଲକ୍ଷ ଟଙ୍କା ଦେଇଥିଲେ ।

ଏହି ହତ୍ୟା ମାମଲାରେ ଗୋଲ୍ଡି ଏକ ଆପ୍ ମାଧ୍ୟମରେ ପ୍ରିୟବ୍ରତଙ୍କ ସହ କଥା ହୋଇଥିଲେ ଏବଂ ମୋସୱାଲାଙ୍କୁ ହତ୍ୟା କରିବା ପାଇଁ ବହୁ ପରିମାଣର ଅଫର ଦେଇଥିଲେ । ଏଥିସହ ଗୋଲ୍ଡି ବ୍ରା କହିଥିଲା ଯେ ଏହି କାମ ପାଇଁ ଅସ୍ତ୍ରଶସ୍ତ୍ର, ଅନ୍ୟ ସୁଟର ଏବଂ ରହିବା ସ୍ଥାନ ସେ ପ୍ରଦାନ କରିବେ । ପୋଲିସ କହିଛି ଯେ ପ୍ରିୟବ୍ରତ ଛଦ୍ମନାମ ଫାଉଜି ପୁଣେର ଏକ ଆର୍ମି ସ୍କୁଲରେ ପଢ଼ିଥିଲେ କିନ୍ତୁ ପରେ ନିଶା ସେବନ କରି ଅପରାଧ ଦୁନିଆରେ ପଶିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts