ଚଣ୍ଡୀଗଡ଼ରେ ଅମିତ ଶାହାଙ୍କୁ ଭେଟିଲେ ମୁସେୱାଲାଙ୍କ ପରିବାର

ଭୁବନେଶ୍ୱର(ସତପାଠ ବ୍ୟୁରୋ): ଚଣ୍ଡୀଗଡ଼ରେ ଅମିତ ଶାହାଙ୍କୁ ଭେଟିଲେ ମୁସେୱାଲାଙ୍କ ପରିବାର । ଚଣ୍ଡିଗଡ଼ରେ ଦୁହେଁ ଶାହାଙ୍କୁ ଭେଟି ପୁଅ ପାଇଁ ନ୍ୟାୟ ଭିକ୍ଷା କରିଥିବାର ସୂଚନା ମିଳିଛି । ୧୦-୧୫ମିନିଟ ପର‌୍ୟ୍ୟନ୍ତ ମୁସେୱାଲାଙ୍କ ପିତାମାତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ତଦନ୍ତ ନେଇ ଆଲୋଚନା କରିଥିଲେ। ତେବେ ମୁସେୱାଲାଙ୍କ ପରିବାର ସଦସ୍ୟ ଶାହାଙ୍କୁ ଭେଟି ହତ୍ୟା ମାମଲାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି। ବୈଠକ ପରେ ମୁସେୱାଲାଙ୍କ ପରିବାର ସଦସ୍ୟ ଘରକୁ ଫେରିଛନ୍ତି। ଏହା ପୂର୍ବରୁ ମୁସେୱାଲାଙ୍କ ଘରକୁ ଯାଇ ତାଙ୍କ ପରିବାର ସଦସ୍ୟଙ୍କ ସହ ସାକ୍ଷାତ କରିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍।

ମାନସା ଜିଲ୍ଲାସ୍ଥିତ ପୈତୃକ ଗାଁ ମୁସାକୁ ଯାଇ ମୁସେୱାଲାଙ୍କ ପରିବାରର ସଦସ୍ୟମାନଙ୍କ ନିକଟରେ ଶୋକବ୍ୟକ୍ତ କରିଥିଲେ ମାନ୍। ଅନ୍ୟପକ୍ଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ସୁରକ୍ଷା ପ୍ରତ୍ୟାହାର କରିବାର ଗୋଟେ ଦିନ ପରେ ମୁସେୱାଲାଙ୍କୁ ହତ୍ୟା କରାଯାଇଥିବାରୁ ଏହି ହତ୍ୟାକାଣ୍ଡ ପାଇଁ ଆପ୍ ସରକାରଙ୍କୁ ଦାୟୀ କରାଯାଉଥିବା ବେଳେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ପଞ୍ଜାବ ସରକାର ନୂଆ, କିନ୍ତୁ ଏହି ହତ୍ୟାକାଣ୍ଡର ସମାଧାନ ପାଇଁ ସମସ୍ତ ଉଦ୍ୟମ କରୁଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts