ମୁସ୍ତାକ ଅହମ୍ମଦ ଜରଗର ଆତଙ୍କବାଦୀ ଘୋଷିତ: ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ପକ୍ଷରୁ ମୁସ୍ତାକ ଅହମ୍ମଦ ଜରଗରକୁ ଆତଙ୍କବାଦୀ ଘୋଷଣା କରାଯାଇଛି । ମୁସ୍ତାକ ଅଲ୍-ଉମର-ମୁଜାହିଦ୍ଦିନର ପ୍ରତିଷ୍ଠାତା ଏବଂ ଚିଫ୍ କମାଣ୍ଡର ଅଛି । ଗୃହ ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେବା ସହ ମୁସ୍ତାକ ଅହମ୍ମଦ ଜରଗରଙ୍କୁ ଆତଙ୍କବାଦୀ ଘୋଷଣା କରିଛି । ଜରଗରକୁ ବେଆଇନ କାର୍ଯ୍ୟକଳାପ ଅଧିନିୟମ ୧୯୬୭ ଅଧିନରେ ଆତଙ୍କବାଦୀ ଘୋଷିତ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ୧୯୯୯ ଡିସେମ୍ବର ୨୪ରେ ଇଣ୍ଡିଆନ ଏୟାରଲାଇନ୍ସର ବିମାନ ଆଇସି-୮୧୪ ନେପାଳର ରାଜଧାନୀ କାଠମାଣ୍ଡୁରୁ ହାଇଜ୍ୟାକ୍ କରାଯାଇ ଅପହରଣ କରାଯାଇଥିଲା। ଏହି ବିମାନ କାଠାମାଣ୍ଡରୁ ଦିଲ୍ଲୀ ଯାତ୍ରା କରିବାର ଥିଲା। ମାତ୍ର ଅପହରଣକାରୀ ବିମାନକୁ ଆଫଗାନିସ୍ତାନର କାନ୍ଧାହାର ନେଇ ଯାଇଥିଲେ। ସେହି ସମୟରେ ଆଫଗାନିସ୍ତାନରେ ତାଲିବାନ ଶାସନ ଚାଲିଥିଲା। କାନ୍ଧାରରେ ବିମାନ ଅବତରଣ କରିବା ପୂର୍ବରୁ ଅମୃତସର, ଲାହୋର ଏବଂ ଦୁବାଇ ପହଞ୍ଚିଥିଲା।

ଗୋଟିଏ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ବନ୍ଧକ ସଙ୍କଟ ଯୋଗୁଁ ମସୁଦ ଅଝର, ଅହମ୍ମଦ ଓମର ସଇଦ ଶେଖ ଏବଂ ମୁସ୍ତାକ ଅହମ୍ମଦ ଜରଗର ପରି ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ମୁକ୍ତ କରିବାକୁ ସରକାର ବାଧ୍ୟ ହୋଇଥିଲେ। ଏହି ପୂରା ଘଟଣାକ୍ରମରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭୦ ଯାତ୍ରୀ ସୁରକ୍ଷିତ ରହିଥିଲେ।

Related Posts