ଖୁବଶୀଘ୍ର ଭାରତରେ ଉପଲବ୍ଧ ହେବ ନାଜାଲ ଭ୍ୟାକସିନ, ଜାଣନ୍ତୁ କେତେ ରହିଛି ଏହାର ଦାମ

ଭୁବନେଶ୍ଵର,୨୭/୧୨(ସତ୍ୟପାଠ ବ୍ୟୁରୋ): ଦେଶରେ ବର୍ତ୍ତମାନ ନାକରେ ଦିଆଯାଉଥିବା ନାଜାଲ ଭ୍ୟାକସିନ ‘ଇନକୋଭେକ’ ଉପଲବ୍ଧ ହେବାକୁ ଯାଉଛି । ଏହି ନାଜାଲ ଭ୍ୟାକସିନ ଘରୋଇ ଡାକ୍ତରଖାନାରେ ୮୦୦ ଟଙ୍କାରେ ଉପଲବ୍ଧ ହେଉଥିବା ବେଳେ ସରକାରୀ ଡାକ୍ତରଖାନାରେ ୩୨୫ ଟଙ୍କାରେ ଉପଲବ୍ଧ ହେବାକୁ ଯାଉଛି । ଏହା ଉପରେ ୫% ଜିଏସଟି ମଧ୍ୟ ଦେବାକୁ ପଡ଼ିବ। ତେବେ ଏହା ଭାରତର ପ୍ରଥମ ନାଜାଲ ଭ୍ୟାକସିନ ।

ଏହାକୁ ବୁଷ୍ଟର ଡୋଜ ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ । ଏହାର ଟ୍ରାଏଲ ମଧ୍ୟ ଶେଷ ହୋଇଛି । ଦେଶର ୧୪ଟି ସ୍ଥାନରେ ଏହାର ଟ୍ରାଏଲ କରାଯାଇଛି । ଏଥିରେ ୩୧ଶହ ଲୋକଙ୍କୁ ମଧ୍ୟ ସାମିଲ କରାଯାଇଥିଲା । ଡିସେମ୍ବର ଆରମ୍ଭରୁ ଭାରତ ବାୟୋଟେକ ନାଜାଲ ଭ୍ୟାକସିନକୁ ବଜାରକୁ ଆଣିବା ପାଇଁ ଅନୁମତି ପାଇଥିଲା । ଏହାକୁ ଏହିଭଳି ଡିଜାଇନ କରାଯାଇଛି ଯେ, ଏହା କମ ଟଙ୍କାରେ ଲୋକଙ୍କ ପାଖରେ ପହଞ୍ଚାଯାଇପାରିବ ।

ଭାରତ ବାୟୋଟେକ ମଙ୍ଗଳବାର କହିଛି ଯେ, କୋଭିଡରୋଧୀ ଇନକୋଭେକ୍ ବଜାରର ୮୦୦ ଟଙ୍କାରେ ଉପଲବ୍ଧ ହେବ । ସେହିଭଳି ସରକାରୀ ଡାକ୍ତରଖାନାରେ ୩୨୫ ଟଙ୍କାରେ ଉପଲବ୍ଧ ହେବ । ଏହା କୋୱିନ ପୋଟାର୍ଲରେ ମଧ୍ୟ ଉପଲବ୍ଧ ହେବ । ଟୀକା ପ୍ରସ୍ତୁତକରିଥିବା କମ୍ପାନୀ ପ୍ରେସ ବିଜ୍ଞପ୍ତି ଜାରି କରି ୨୦୨୩ ଜାନୁଆରୀ ଚତୁର୍ଥ ସପ୍ତାହ ସୁଦ୍ଧା ଏହା ଉପଲବ୍ଧ ହେବ ବୋଲି ସ୍ପଷ୍ଟ କରିଛି । ଇନକୋଭେକ୍ ପ୍ରଥମ ନାକରେ ଦିଆଯାଉଥିବା କୋଭିଡ୍ ରୋଧୀ ଭ୍ୟାକସିନ୍ । ଏଥିରେ ପ୍ରାଥମିକ ଭାବେ ଦୁଇଟି ଡୋଜ ଏବଂ ହିଟ୍ରୋଲୋଗସ ବୁଷ୍ଟର ଡୋଜ ଭାବେ ବ୍ୟବହାର କରାଯାଇଥାଏ ।

ଭାରତ ପାଖରେ ପ୍ରିକସନଡୋଜର ବିକଳ୍ପ ଆହୁରି ମଜବୁତ ହୋଇଯାଇଛି । ଏଥିରେ ଅନେକ ସଂଖ୍ୟାରେ ଗୋଟିଏ ସମୟରେ ଲୋକଙ୍କୁ ଟୀକାକରଣ କରାଯାଇପାରିବ । ଏହା ଏହିଭଳି ଭ୍ୟାକସିନ ଯାହା ଦ୍ୱାରା କୌଣସି କଷ୍ଟ ଅନୁଭବ ହେବ ନାହିଁ । ଏହାକୁ ୨ଡିଗ୍ରୀରୁ ନେଇ ୮ ଡିଗ୍ରୀ ମଧ୍ୟରେ ରଖାଯାଇପାରିବ । ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନା ସମେତ ଅନ୍ୟ କିଛି ସ୍ଥାନରେ ଏହାର ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ।

Related Posts