ନବ ଦାସଙ୍କ ହତ୍ୟା ଏକ ଆରେଞ୍ଜ୍ ମର୍ଡର: ବିଜୟ ମହାପାତ୍ର

ଭୁବନେଶ୍ୱର,୧୫/୨(ସତ୍ୟପାଠ ବ୍ୟୁରୋ): ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୧୫ ଦିନରୁ ଉର୍ଦ୍ଧ୍ୱ ସମୟ ବିତିଲାଣି ହେଲେ ଏଯାଏଁ ହତ୍ୟାକାଣ୍ଡର କାରଣ ଲୋକେ ଜାଣି ପାରିଲେନି। ପ୍ରତି ହତ୍ୟାକାଣ୍ଡରେ ମୋଟିଭକୁ ତଦନ୍ତ କରାଯାଏ, କିନ୍ତୁ ଏହି କେସର ତଦନ୍ତରେ ତାହା ହେଉନି। କେବଳ ଗୋପାଳକୁ କେନ୍ଦ୍ରକରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ, ତେଣୁ ସତ୍ୟ ବାହାରକୁ ଆସିବା ଅସମ୍ଭବ। ହତ୍ୟାକାଣ୍ଡର ସତ୍ୟତା ଜାଣିବାକୁ ହେଲେ ଗୋପାଳଠୁ ବାହାରକୁ ଯିବାକୁ ହେବ ବୋଲି ପ୍ରେସ୍ ମିଟ୍ କରି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।

ସେ ଆହୁରି କହିଛନ୍ତି ଯେ, ଗୋପାଳ ନିଜ କେସ ନିଜେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ କିଛି କରୁନି। ରାଜ୍ୟ ପୋଲିସର ପାରିବା ପଣିଆ ଏଥିରୁ ଜାଣି ହେଇ ଯାଉଛି । କାହିଁକି ଗୋପାଳ ମାରିଲା ତାର ତଦନ୍ତ ହେଉ ନାହିଁ। ଗୋପାଳ ଆଗରୁ ଅଧିକ ଚାନ୍ସ ପାଇଥିଲା ସେବେ ନ ମାରି ଏବେ କାହିଁକି ମାରିଲା ତାର ତଦନ୍ତ କରୁନି କ୍ରାଇମବ୍ରାଞ୍ଚ । ସେଦିନ କହିଁକି ମାରିଲା ରାଗ କଣ ଥିଲା ସେ ଦିଗରେ ତଦନ୍ତ ଆଗକୁ ବଢୁନି। ଏହା ସମ୍ପୂର୍ଣ୍ଣ ଭାବେ ଏକ ଆରେଞ୍ଜ ମର୍ଡର ବୋଲି କହିଛନ୍ତି ବିଜୟ ।

ସେହିଭଳି ପୋଲିସ ଡିଜିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ବିଜୟ ମହାପାତ୍ର। କହିଛନ୍ତି ଯେ, ବହୁତ ଦିନ ପରେ ଡ଼ିଜିଙ୍କ ନିଦ ଭାଙ୍ଗିଲା । ଡିଜି ଆଗରୁ କେତେ ହତ୍ୟାକାଣ୍ଡର ତଦନ୍ତ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହପିରି ବିଜୟ ମହାପାତ୍ର କହିଛନ୍ତି ଓଡ଼ିଶାରେ ବହୁତ ଭଲ ଭଲ ଅଫିସର ଅଛନ୍ତି, ସେମାନଙ୍କୁ ନେଲେ ସତ ବାହାରକୁ ଆସନ୍ତା । କିନ୍ତୁ ତାହା ହେଉ ନାହିଁ । ନାର୍କୋ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ କ’ଣ କ’ଣ ପ୍ରଶ୍ନ ତିଆରି କରିଥିଲା ତାହା ବଡ ପ୍ରଶ୍ନବାଚୀ ? କ୍ରାଇମବ୍ରାଞ୍ଚ ଏ ଦିଗରେ ସ୍ପଷ୍ଟ କରିବା ଦରକାର କେଉଁ କେଉଁ ପ୍ରଶ୍ନ କ୍ରାଇମବ୍ରାଞ୍ଚ ଜାଣିବାକୁ ଚାହିଁଥିଲା।

ସେହିଭଳି ନବ ଦାସଙ୍କ ସହିତ ଯେଉଁମାନେ ବ୍ୟବସାୟ କରୁଥିଲେ ସେମାନଙ୍କୁ ଡାକି ପଚାରିବାର ଆବଶ୍ୟକ ରହିଛି । ତଦନ୍ତ ସେମିତି ହୁଏ ପୂର୍ବରୁ ଅନେକ ଛୋଟ ଛୋଟ ଘଟଣାରେ ବି ଦେଖିଛୁ ସମ୍ପର୍କୀୟଙ୍କୁ ପଚରା ଯାଏ । ଏଠି କିନ୍ତୁ ୧୫ ଦିନ ଭିତରେ ଗୋପାଳଠୁ ବାହାରକୁ ବାହାରୁନି କ୍ରାଇମବ୍ରାଞ୍ଚ । ପୋଲିସ ପୋଷାକ ରେ ଯେଉଁ କଳଙ୍କ ଲାଗିଛି ତାକୁ ଯଦି ନ ଛଡାଯାଏଁ ତେବେ ଏ ମାଟିଆ ପୋଷାକ ସବୁଦିନ ପାଇଁ କଳା ହୋଇ ରହିଯିବ ବୋଲି ସେ କହିଛନ୍ତି ।

ସେହିଭଳି ନବ ଦାସଙ୍କ ହତ୍ୟାକାଣ୍ଡକୁ ଚପେଇବା ପାଇଁ ପୋଲିସ ଟ୍ରେନିଂ ଓ ଫିଟନେସ ନାଁ ରେ କୌଣସି ଉଦ୍ୟମ ନ କରୁ । ଏ ସବୁ ରେଗୁଲାର ବିଷୟ । ତାକୁ ହାଇପ ନ କରଯାଉ। ଗୋପାଳ ଅର୍ଥପେଡିକ ବିଭାଗକୁ ୨୦୧୨ରେ ଯାଇଥିଲା, ତେବେ ମାନସିକ ରୋଗୀ ବୋଲି ବାରମ୍ବାର କୁହାଯାଉଛି କିପରି । କୋଲ ମାଫିଆ, ଇଣ୍ଡଷ୍ଟ୍ରି ହାଉସ, ବ୍ୟବସାୟିକ ବନ୍ଧୁ, କି ପରିବାର ସଦସ୍ୟ ସବୁ ଦିଗରୁ ତଦନ୍ତ ନ ହେଲେ ପ୍ରକୃତ ସତ ସାମ୍ନା କୁ ଆସି ପାରିବନି । ନବ ଦାସ ହତ୍ୟାକାଣ୍ଡ ଏକ ଆରେଞ୍ଜଡ ମର୍ଡର, ସଠିକ ଭାବେ ତଦନ୍ତ ହେଉନଥିବାରୁ ସନ୍ଦେହ ବଢୁଛି । ନବଙ୍କୁ ବହୁଥର ଗୋପଳ ଭେଟିଛି, ବହୁଥର ଆଲୋଚନା କରିଛି। ପୂର୍ବରୁ ନମାରି ସେଇ ଦିନ କାହିଁକି ମାରିଲା, ତେଣୁ ଏହା ଏକ ଆରେଞ୍ଜ ମର୍ଡର ବୋଲି ବିଜୟ କହିଛନ୍ତି।

Related Posts