ସାଂସଦ ନିଜେ ଘଟଣାସ୍ଥଳକୁ ଆସି ନାହାନ୍ତି କି ଦେଖି ନାହାନ୍ତି: ବିଜୟ ମହାପାତ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ସାଂସଦ ପିନାକୀ ମିଶ୍ରଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ସେ କହିଛନ୍ତି ସାଂସଦ ନିଜେ ଘଟଣାସ୍ଥଳକୁ ଆସି ନାହାନ୍ତି କି ଦେଖି ନାହାନ୍ତି । ସେ ଯେଉଁ ପରିକ୍ରମା ପ୍ରକଳ୍ପ ଚାଲିବା କଥା କହୁଛନ୍ତି ଠିକ୍ କହୁଛନ୍ତି । ଭୁଲ କିଛି କହି ନାହାନ୍ତି ।

ଏ.ଏସ.ଆଇ ଏବଂ ଏ ଏନ ଏମ ଯେପର‌୍ୟ୍ୟନ୍ତ କାମ ଉପରେ ରୋକ ଲଗାଇବେନି ସେଯାଏ କାମ ଚାଲିବ । ସେହିପରି ଏନଏମଏ ଚେୟାରମ୍ୟାନ ଗୁଜରାଟ ଯାଇପାରୁଛନ୍ତି ପରିଦର୍ଶନ ପାଇଁ । କିନ୍ତୁ ପୁରୀ ଆସି ପାରୁ ନାହାନ୍ତି କାହିଁକି ବୋଲି ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତି ।

Related Posts