ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଡିଇଓ ଅଫିସ ଆକାଉଣ୍ଟାଣ୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଡିଇଓ ଅଫିସ ଆକାଉଣ୍ଟାଣ୍ଟ । ତେବେ ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଧରିପଡ଼ିଲେ ଅଧିକାରୀ । ନବରଙ୍ଗପୁର ଜିଲ୍ଲା ଶିକ୍ଷାଧୀକାରୀ କାର୍ଯ୍ୟାଳୟରେ ଆକାଉଣ୍ଟାଣ୍ଟ ତଥା ଏମଡିଏମ ପ୍ରୋଗାମର ଭାବେ କାର୍ଯ୍ୟକରୁଥିବା ବିକାଶ ସାନା ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । ସେ ତିନି ମାସର ବିଲ କରାଇଦେବାକୁ କହି ଏମଡିଏମ ଚାଉଳ ବଣ୍ଟନ କରିବାକୁ ଚୁକ୍ତି କରିଥିବା ଠିକାଦାରଙ୍କ ପ୍ରତିନିଧିଙ୍କ ଠାରୁ ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ଅଧିକାରୀ ପହଞ୍ଚି ତାଙ୍କୁ ଧରିଥିଲେ । ସମ୍ପୃକ୍ତ ଅଧିକାରୀଙ୍କୁ ଅଟକ ରଖାଯାଇଛି ।

ସେପଟେ ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ ପାଇଁ ପରିବହନ ଠିକାଦାର ମୋହନ ଚୌରାସିଆଙ୍କ ପ୍ରାୟ ୧୦ ଲକ୍ଷ ଟଙ୍କା ବିଲ୍ ଓ ୨ ଲକ୍ଷ ଟଙ୍କା ଅମାନତ ରାଶି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବକେୟା ରହିଥିଲା । ଏହି ବିଲ୍ କରାଇଦେବା ପାଇଁ ବିକାଶ ସାନା କୁଆଡେ ୨ ଲକ୍ଷ ଟଙ୍କା ଠିକାଦାରଙ୍କୁ ମାଗିଥିଲେ । ସେ ଏ ନେଇ ଭିଜିଲାନସର ଦ୍ୱାରସ୍ଥ ହୋଇଥିଲେ । ତେବେ ବିଲ୍ କରାଇଦେବା ନେଇ ୧ ଲକ୍ଷ ଟଙ୍କା ଦେବା ପାଇଁ ଡିଲ୍ ହୋଇଥିଲା । ଗତକାଲି ସଂଧ୍ୟା ସମୟରେ ଠିକାଦାର ର କର୍ମଚାରୀ କିରନ ପଟ୍ଟନାୟକ ପୂର୍ବ ଡିଲ୍ ମୁତାବକ ୧ ଲକ୍ଷ ଟଙ୍କା ଦେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସେ କାର୍ଯ୍ୟାଳୟରେ ୧ ଲକ୍ଷ ଟଙ୍କା ଦେବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସର ଅଧିକାରୀମାନେ ଟଙ୍କା ସହ ସାନାଙ୍କୁ କାବୁ କରିଥିଲେ । ବିକାଶ ସାନା ଭିଜିଲାନ୍ସ ହାତରେ ଧରାପଡିବା ପରେ ଭିଜିଲାନସ୍ ବିଭାଗ ଡିଇଓ କାର୍ଯ୍ୟାଳୟ, ନବରଙ୍ଗପୁର ଠାରେ ସେ ରହୁଥିବା ଭଡା ଘର ଓ ତାଙ୍କର ପୈତିୃକ ବାସଭବନ ଉମରକୋଟ ନିକଟସ୍ଥ ସିଲାଟିରେ ଚଢ଼ଉ କରିଥିଲେ ।ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts