ଅଗ୍ନିପଥ ବିବାଦ ମଧ୍ୟରେ ଆରମ୍ଭ ହେଲା ବାୟୁସେନାରେ ଚୟନ ପ୍ରକ୍ରିୟା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ଅଗ୍ନିପଥ ବିବାଦ ମଧ୍ୟରେ ଆରମ୍ଭ ହେଲା ବାୟୁସେନାରେ ଚୟନ ପ୍ରକ୍ରିୟା । ପୂର୍ବରୁ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଥିଲା କି ୨୪ ଜୁନରୁ ବାୟୁସେନାରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ କରାଯିବ । ଯୁବା ଅଗ୍ନିପଥ ଯୋଜନା ଆଧାରରେ ଶୁକ୍ରବାର ଅର୍ଥାତ୍ ୨୪ ଜୁନରୁ ନିଜର ରେଜିଷ୍ଟ୍ରେଶନ କରିପାରିବେ । ଏହି ସମସ୍ତ ପ୍ରୋସେସ ୫ ଜୁଲାଇ ପର୍ଯ୍ୟନ୍ତ ଚାଲିବ । ଏହାପରେ ଅନଲାଇନ ପରୀକ୍ଷା ଆୟୋଜନ କରାଯିବ । ଏହାପରେ ମନୋନୀତ ପ୍ରାର୍ଥିଙ୍କୁ ଭାରତୀୟ ବାହୁସେନାରେ କାମ କରିବାର ସୁଯୋଗ ମିଳିବ । ସେପଟେ ଭାରତୀୟ ବାୟୁସେନାର ସୂଚନା ଅନୁଯାୟୀ, ଅଗ୍ନିପଥ ଯୋଜନାରେ ରେଜିଷ୍ଟ୍ରେଶନ କରିଥିବା ପ୍ରାର୍ଥିଙ୍କୁ ୨୪ ଜୁଲାଇରୁ ୩୧ ଜୁଲାଇ ମଧ୍ୟରେ ଅନଲାଇନ ପରୀକ୍ଷା ଦେବାକୁ ପଡିବ ।

ଏହାପରେ ୨୧ ଅଗଷ୍ଟରୁ ୨୮ ଅଗଷ୍ଟ ମଧ୍ୟରେ ଫିଜିକାଲ ଫିଟନେସ ଟେଷ୍ଟ କରାଯିବ । ୨୯ ଅଗଷ୍ଟରୁ ୮ନଭେମ୍ବର ମଧ୍ୟରେ ମେଡିକାଲ ଟେଷ୍ଟ କରାଯିବ । ଯେଉଁ ପ୍ରାର୍ଥି ଏ ସମସ୍ତ ପରୀକ୍ଷାରେ ଉତ୍ତିର୍ଣ୍ଣ ହେବେ ତାଙ୍କ ନାମ ୧ ଡିସେମ୍ବର ୨୦୨୨ରେ ଘୋଷଣା କରାଯିବ । ଏହାପରେ ୩୦ ଡିସେମ୍ବରରୁ ତାଙ୍କର ଟ୍ରେନିଂ ଆରମ୍ଭ ହୋଇଯିବ ବୋଲି ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି ।

Related Posts