ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଞ୍ଚଳରେ ହୃଦୟବିଦାରକ ଘଟଣା: ଗଛରେ ଝୁଲିଛି ୩ ମୃତଦେହ

ଉମରକୋଟ:ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଞ୍ଚଳରେ ଘଟିଛି ଏକ ହ୍ରୁଦୟ ବିଦାରକ ଘଟଣା ।ଗଛରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକମାନଙ୍କ ଭିତରେ ଜଣେ ବିବାହିତ ମହିଳା ଥିବା ବେଳେ ଦୁଇ ଜଣ ନାବାଳିକା ଅଛନ୍ତି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

ଉମରକୋଟ ଥାନା ତୋହରା ଗାଁର ହେମଲତା ଗୌଡ଼, କୌଶଲ୍ୟା ମାଝି ଓ ଫୁଲମତି ମାଝି ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ସେମାନଙ୍କ ପତ୍ତା ପାଇନଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପରିବାର ଲୋକ ଜଙ୍ଗଲ ପାର୍ଶ୍ୱକୁ ଯାଇଥିଲେ। ତେବେ ଜଙ୍ଗଲ ପାର୍ଶ୍ୱରେ ଥିବା ଏକ କୁଶୁମ ଗଛ ଉପରେ ତିନି ଜଣଙ୍କ ମୃତଦେହ ଝୁଲୁଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ। ଗୋଟିଏ ଓଢ଼ଣୀରେ ତିନିଜଣ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ପରେ ଏନେଇ ଉମରକୋଟ ଥାନାକୁ ଖବର ଦେଇଥିଲେ। ପୁଲିସ ଗାଁରେ ପହଞ୍ଚିଛି।

ତେବେ ଏହା ହାତ୍ମହତ୍ୟା ନା ହତ୍ୟା ଜଣାପଡ଼ିନି। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି । ପରିବାର ଲୋକ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛି ।

Related Posts