
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଏବେ ଏବେ ମିଳୁଥିବା ଖବର ଅନୁଯାୟୀ, ନନ୍ଦିଗ୍ରାମରେ ବାଜି ପଲଟି ଯାଇଛି। ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ବିଜୟୀ ହୋଇଛନ୍ତି । ଏବେ ଏବେ ଭୋଟ୍ ଗଣତି ଶେଷ ହୋଇଛି । ମିଳିଥିବା ସୂଚନା ମୁତାବକ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ୧୭୩୬ ଭୋଟରେ ନନ୍ଦିଗ୍ରାମରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ହରାଇଛନ୍ତି । ଏହି ଫଳାଫଳକୁ ନେଇ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଜୋର ଅସନ୍ତୋଷ ରହିଛି। ତେବେ ନନ୍ଦିଗ୍ରାମରେ ପରାଜୟକୁ ସ୍ୱୀକାର କରିଛନ୍ତି ମମତା ବାନାର୍ଜୀ। ସେ କହିଛନ୍ତି , ” ଯାହା ହୋଇଛି ଭୁଲି ଯାଅ। ନନ୍ଦିଗ୍ରାମ ବିଷୟରେ ଚିନ୍ତା କର ନାହିଁ। ନନ୍ଦିଗ୍ରାମରେ ବିଜୟୀ ହେବା ପାଇଁ ସମସ୍ତ ପ୍ରକାର ସଂଘର୍ଷ କରିଥିଲି ଏଠାରେ ଆନ୍ଦୋଳନ କରି ଲୋକଙ୍କୁ ମଧ୍ୟ ନ୍ୟାୟ ଦେଇଛି। ଫଳାଫଳକୁ ସ୍ୱୀକାର କରୁଛି। ଆମେ ୨୨୧ ରୁ ଅଧିକ ଆସନରେ ଜିତିଛୁ ଏବଂ ବିଜେପି ନିର୍ବାଚନରେ ହାରିଛି ବୋଲି ମମତା କହିଛନ୍ତି”।