ମାଲକାନଗିରିରେ ଲସି ପିଇ ୧୦୦ ଜଣ ଲୋକ ଅସୁସ୍ଥ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମାଲକାନଗିରିର ପାଦିଆ ବ୍ଲକ ଅନ୍ତର୍ଗତ କୁର୍ତ୍ତୀ ଗ୍ରାମରେ ଲସି ପିଇ ପିଲାମାନଙ୍କ ସମେତ ୧୦୦ ଜଣ ଲୋକ ଅସୁସ୍ଥ ହୋଇପଡିଛନ୍ତି। ଶୁକ୍ରବାର ଦିନ ଲୋକ ମାନେ ସାପ୍ତାହିକ କୁର୍ତ୍ତୀ ହାଟକୁ ଯାଇ ଏକ ଦୋକାନରୁ ଲସି ପିଇଥିଲ । ତେବେ ଘରକୁ ଫେରିବା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପେଟରେ ଯନ୍ତ୍ରଣା ଅନୁଭବ କରି ବାନ୍ତି ଆରମ୍ଭ ହୋଇଥିଲା । ମାଲକାନଗିରି ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ପ୍ରଫୁଲ୍ଲା ନନ୍ଦା କହିଛନ୍ତି “ସେମାନଙ୍କ ମଧ୍ୟରୁ ପ୍ରାୟ ୬୦ ଜଣ ମଧ୍ୟରାତ୍ରିରେ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆମେ ସନ୍ଦେହ କରୁଛୁ ଯେ ଲସି ଖରାପ ଥିଲା କିମ୍ବା ଲସି ବିକ୍ରେତା ଏହାକୁ ଦୂଷିତ ପାନୀୟରେ ଏହାକୁ ତିଆରି କରିଥିଲେ ” । ସେ କହିଛନ୍ତି, ଆମେ ପାନୀୟର ନମୁନା ପରୀକ୍ଷା ପାଇଁ ଏକ ଲାବୋରେଟୋରୀକୁ ପଠାଇଛୁ। ସୂଚନା ପାଇବା ପରେ ସିଡିଏମଓ କହିଛନ୍ତି ଯେ ଏକ ଡାକ୍ତରୀ ଦଳ ଉକ୍ତ ଅଞ୍ଚଳରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି। ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରିବା ପାଇଁ ଅଗ୍ନିଶମ ସେବା ଦଳକୁ ନିୟୋଜିତ କରାଯାଇଛି। ଅଧିକାଂଶ ରୋଗୀଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ସେମାନଙ୍କୁ ଠିକ ସମୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସଠିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା ବୋଲି ଜଣେ ଡାକ୍ତର କହିଛନ୍ତି। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଲସି ପ୍ରସ୍ତୁତ ହେଉଥିବାବେଳେ କିଛି ବିଷାକ୍ତ କୀଟ ପଡିଥାଇପାରେ।

Related Posts