ବିରୋଧୀଙ୍କୁ ନକଭିଙ୍କ କଟାକ୍ଷ; “ମୋଦି ଫୋବିୟା ରାଜନୈତିକ ରୋଗରେ ପୀଡିତ ଲୋକମାନେ ଶୀଘ୍ର ଲୋପ ପାଇଯିବେ”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ମହା ଗଠବନ୍ଧନ କ୍ଷମତାକୁ ଆସିଛି। ଏହାପରେ ବିରୋଧୀ ଦଳଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀତ୍ୱ ଉପରେ ଆଲୋଚନା ତୀବ୍ର ହୋଇଛି। କେହି କେହି ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ପଦର ଚେହେରା ବୋଲି କହୁଥିବା ବେଳେ କେହି କେହି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏହି ପଦରେ ଦେଖୁଛନ୍ତି।ଏସବୁ ମଧ୍ୟରେ ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁଖତାର୍‌ ଅବ୍ବାସ ନକଭି ବିରୋଧୀଙ୍କୁ କଟାକ୍ଷ କରିଛନ୍ତି। ରାମପୁରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନକଭି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋବିୟା ରାଜନୈତିକ ରୋଗରେ ପୀଡିତ ଲୋକମାନେ ଶୀଘ୍ର ଲୋପ ପାଇଯିବେ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ପଦବୀ ଖାଲି ନଥିବା ସତ୍ତ୍ୱେ ବିରୋଧୀମାନେ ଦୁଇ ଡର୍ଜନ ପ୍ରାର୍ଥୀଙ୍କ ଓ୍ବେଟିଂ ତାଲିକା ପ୍ରସ୍ତୁତ କରିଛନ୍ତି।

ନକଭି ଆହୁରି କହିଛନ୍ତି, ବିରୋଧୀ ଦଳରେ ନିରାଶାବାଦୀ ରାଜନୈତିକ ଖେଳାଳି ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଠିନ ପରିଶ୍ରମ ଏବଂ ଆନ୍ତରିକତା ସହିତ ଦେଶ ସେବା କରୁଛନ୍ତି। ଯାଉଥିପାଇଁ ବିରୋଧୀ ମାନେ କଦାପି ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନକଭି କହିଛନ୍ତି ଯେ ରାଜନୈତିକ ଅସହିଷ୍ଣୁତା ଏବଂ ମିଥ୍ୟା ଅଭିଯୋଗ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦି ନିରନ୍ତର ସଶକ୍ତିକରଣ ପାଇଁ ଏକ ପ୍ରତିବଦ୍ଧତା ସହ ନିରନ୍ତର ପରିଶ୍ରମ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଦେଶର ସୁରକ୍ଷା ଏବଂ ସମ୍ମାନ ହେଉଛି ଜାତୀୟ ନୀତି। ତାଙ୍କ ପାଇଁ ପ୍ରତ୍ୟେକ ଅଭାବୀ ବ୍ୟକ୍ତିଙ୍କ କଲ୍ୟାଣ ହେଉଛି ରାଷ୍ଟ୍ରଧର୍ମ ବୋଲି ନକଭି କହିଛନ୍ତି।

Related Posts