କଟକ ନଗର କଂଗ୍ରେସ ସଭାପତି ବଦଳିବା ନେଇ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା; “ସମୟ କହିବ ଏହି ପଦକ୍ଷେପ ଠିକ୍ ନା ଭୁଲ”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟ କଂଗ୍ରେସରେ ଅସନ୍ତୋଷ ଦିନକୁ ଦିନ ବଢି ଚାଲିଛି । ଦଳୀୟ କନ୍ଦଳକୁ ନେଇ ଦୀର୍ଘଦିନ ଧରି ଲାଗିରହିଛି ବିବାଦ। ଏହାରି ଭିତରେ ଗତକାଲି କଟକ ନଗର ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ଗିରିବାଳା ବେହେରାଙ୍କୁ ହଟାଇ ସୁରେଶ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ଦାୟିତ୍ୱ ମିଳିବା ପରେ ଆଜି ସୁରେଶ ମହାପାତ୍ର କଟକ ଜିଲ୍ଲାର ସମସ୍ତ ଦଳୀୟ କିମିଟି ଭାଙ୍ଗିଛନ୍ତି । ଦଳର ଜିଲ୍ଲା କମିଟି, ବ୍ଲକ କମିିଟି ଓ ୱାର୍ଡ କମିଟି ଭାଙ୍ଗିଛନ୍ତି । ତେବେ ଦଳକୁ ଦୁର୍ବଳ ନୁହେଁ ସୁଦୃଢ କରିବା ପାଇଁ ଏହା ଏକ ପଦକ୍ଷେପ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଏହାପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କଟକ-ବାରବାଟି ବିଧାୟକ ମହମ୍ମଦ ମୋକିମ । ମୋକିମ ନିଜ ପ୍ରତିକ୍ରିୟାରେ କହିଛନ୍ତି ନିଷ୍ପତ୍ତି ନେବାର କ୍ଷମତା ପିସିସିର ଅଛି। ତେବେ ସମୟ କହିବ, ଏହି ପଦକ୍ଷେପ ଠିକ୍ ନା ଭୁଲ ବୋଲି ମୋକିମ କହିଛନ୍ତି। ସେ ଆହୁରି କହିଛନ୍ତି ଗିରିବାଳାଙ୍କ ମନ୍ତବ୍ୟ ସମ୍ପୂର୍ଣ ବ୍ୟକ୍ତିଗତ ।ପିସିସି ନିଷ୍ପତ୍ତି ଉପରେ ମୋର କିଛି କହିବାର ନାହିଁ । ସୁରେଶ ମହାପାତ୍ର ଜଣେ ପୁରୁଖା ନେତା । ସେ ରହିଲେ ସଂଗଠନ ମଜଭୁତ ହେବ ବୋଲି କହିଛନ୍ତି ମୋକିମ । ଦଳ ଛାଡିଥିବା ଲୋକଙ୍କ ଭିତରେ ଅସନ୍ତୋଷ ରହିଥାଇପାରେ । ମୁଁ ଦଳ ସହ ଅଛି , ରାଜନୈତିକ ଚର୍ଚ୍ଚା ଉପରେ ମୋର କିଛି କହିବାର ନାହିଁ। ଆହୁରି ମଧ୍ୟ ରାଷ୍ଟ୍ରପତି ନିର୍ବାଚନକୁ ନେଇ ମୋକିମ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସୋ କଜ୍ ନୋଟିସର ଉତ୍ତର ଦେଇଛି । ହେଲେ ଏଯାଏଁ ଉତ୍ତରର ଜବାବ୍ ପାଇନି ।

Related Posts