ମୁମ୍ଵାଇ: ପରିବେଶ ମାନଦଣ୍ଡ ପାଳନ ନକରିବା ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାରଙ୍କୁ ପଡ଼ିଛି ମହଙ୍ଗା । ଉପରେ ମୋଟା ଅଙ୍କର ଜରିମାନା ଲଗାଇଛି ନ୍ୟାସନାଲ ଗ୍ରୀନ ଟ୍ରାଇବ୍ୟୁନାଲ । ଜରିମାନା ରାଶିର ପରିମାଣ ହେଉଛି ୧୨୦୦୦ କୋଟି ଟଙ୍କା । ବିଚାରପତି ଆଦର୍ଶ କୁମାର ଗୋଏଲ ଜାତୀୟ ଗ୍ରୀନ ଟ୍ରାଇବ୍ୟୁନାଲର ମଧ୍ୟସ୍ଥତ ଅଧିନିୟମର ଧାରା ୧୫ ଆଧାରରେ ଏହି ଜରିମାନା ଲଗାଇଛି। ଗତ ଆଠ ବର୍ଷ ଧରି ମହାରାଷ୍ଟ୍ର ସରକାର ପରିବେଶ ସୁରକ୍ଷିତ ରଖିବା ନେଇ କୌଣସି ଠୋସ୍ ପଦକ୍ଷେପ କିମ୍ବା ଜରୁରୀ ପ୍ରବନ୍ଧନ କରି ନାହାନ୍ତି।
ଗ୍ରୀନ ଅର୍ବିଟ୍ରେଟର କହିଛି, ଏହି ମାମଲାରେ ଦିଆଯାଇଥିବା ଶେଷ ତାରିଖ ବି ସମାପ୍ତ ହୋଇ ସାରିଛି। ତଥାପି ଭବିଷ୍ୟତରେ ପରିବେଶକୁ ଲଗାତାର ହେଉଥିବା କ୍ଷତିରୁ ରୋକା ଯାଇ ପାରିବ। ତଥାପି ଅତୀତରେ ପରିବେଶର ଘଟିଥିବା କ୍ଷତିର ଭରଣା କରାଯିବା ଉଚିତ୍। ମହାରାଷ୍ଟ୍ର ସରକାରଙ୍କ ଉପରେ ତରଳ ଆବର୍ଜନାର ପ୍ରବନ୍ଧନରେ ଅବହେଳା ପାଇଁ ୧୦,୮୦୦ କୋଟି ଟଙ୍କା ଏବଂ ଆବର୍ଜନା ନିଷ୍କାସନରେ ବିଫଳତା କାରଣରୁ ୧୨୦୦ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି। ମହାରାଷ୍ଟ୍ର ସରକାରଙ୍କୁ ଏହି ଜରିମାନା ରାଶି ଆସନ୍ତା ଦୁଇ ମାସ ଭିତରେ ଜମା କରିବାକୁ ପଡିବ।
ଏହି ରାଶିର ବ୍ୟବହାର ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ଅନୁସାରେ ପରିବେଶ ସଂରକ୍ଷଣ କାମରେ ବ୍ୟବହାର କରାଯିବ ବୋଲି ଏନଜିଟି କହିଛନ୍ତି।
