
କାବୁଲ: ଆମେରିକା ସେନା ଛାଡ଼ିଯାଇଥିବା ଏକ ବ୍ଲାକ ହକ୍ ହେଲିକପ୍ଟରୁ ଉଡ଼ାଉବା ତାଲିବାନକୁ ପଡିଲା ମହଙ୍ଗା । ହେଲିକପ୍ଟର ଦୁର୍ଘଟଣାଗସ୍ତ ହୋଇଛି । ଫଳରେ ହେଲିକପ୍ଟର କ୍ରାସ ହେବାରୁ ୩ ତାଲିବାନୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ୫ ଜଣ ଆହତ ମଧ୍ୟ ହୋଇଛନ୍ତି।
ଏନେଇ ତାଲିବାନ ପ୍ରତିରକ୍ଷାମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଶନିବାର ଆମେରିକାର ବ୍ଲାକ୍ ହକ୍ ହେଲିକପ୍ଟରକୁ ତାଲିବାନ ଫାଇଟରମାନେ ଉଡ଼ାଇବାକୁ ଚେଷ୍ଟା କରିଥିଲେ। ଏନେଇ ପ୍ରତିରକ୍ଷାମନ୍ତ୍ରାଳୟର ପ୍ରବକ୍ତା ଏନାୟତୁଲ୍ଲାହ ଖୋୱାର୍ଜମୀ ସୂଚନା ଦେଇଛନ୍ତି। ସେ କହିଛନ୍ତି “ ଆମେରିକା ହେଲିକପ୍ଟର ବ୍ଲାକ ହକ୍ରେ ଟ୍ରେନିଂ ଦିଆଯାଉଥିବା ବେଳେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ନ୍ୟାସ୍ନାଲ ଡିଫେନ୍ସ ୟୁନିଭର୍ସିଟି ଭିତରେ କ୍ରାସ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।”
ସୂଚନା ଥାଉକି, ଆମେରିକା ସେନା ଆଫଗାନିସ୍ତାନ ଛାଡ଼ିଦେବା ପରେ ଏହାକୁ ଦଖଲ କରିନେଇଥିଲା ତାଲିବାନ। ହେଲେ ଯିବା ବେଳେ ଆମେରିକା ତାର ସମସ୍ତ ଯୁଦ୍ଧ ସାମଗ୍ରୀ ଓ ହେଲିକପ୍ଟରକୁ ନଷ୍ଟ କରିଦେଇଥିଲା। ତେବେ ତାଲିବାନ ଏଗୁଡ଼ିକ ଦଖଲ କରି ପୁଣିଥରେ କାର୍ଯ୍ୟକ୍ଷମ କରିବାକୁ ଚେଷ୍ଟା କରିଥିଲା। ତେବେ କେତେଟି ହେଲିକପ୍ଟର କାର୍ଯ୍ୟକ୍ଷମ ହୋଇଛି ତଥା ଆମେରିକା କେତେ ଛାଡିଯାଇଥିଲା ସେନେଇ କୌଣସି ସଠିକ ସୂଚନା ନାହିଁ ।