ନ୍ୟାସନାଲ ହେରାଲ୍ଡ ମାମଲା; ଇଡିରେ ଦ୍ଵିତୀୟ ଥର ପାଇଁ ହାଜର ହେଲେ ସୋନିଆ ଗାନ୍ଧୀ

ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ): ଇଡିରେ ହାଜର ହେଲେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ।ନ୍ୟାଶନାଲ ହେରାଲ୍ଡ ମାମଲାରେ ଦ୍ୱିତୀୟଥର ଲାଗି ସୋନିଆ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଆଜି ତାଙ୍କୁ ପୁଣି ଥରେ ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ପଚାରାଉଚରା କରୁଛି ।

ସେପଟେ ସୋନିଆ ଇଡିରେ ହାଜର ହେବାକୁ ନେଇ କଂଗ୍ରେସ ପକ୍ଷରୁ କଡ଼ା ବିରୋଧ କରାଯାଇଛି । ଏହାକୁ ବିରୋଧ କରି ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ ।ଦିଲ୍ଲୀରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ତାହା ସହ ବିଭିନ୍ନ ରାଜ୍ୟରେ ମଧ୍ୟ ପ୍ରତିବାଦ କରୁଛି କଂଗ୍ରେସ । ହେଲେ ଦିଲ୍ଲୀ ପୁଲିସ ପକ୍ଷରୁ କଂଗ୍ରେସକୁ ରାଜଘାଟ ନିକଟରେ ସତ୍ୟାଗ୍ରହ କରିବାକୁ ଅନୁମତି ଦିଆଯାଇନାହିଁ । ପୂର୍ବରୁ ମଧ୍ୟ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ ସୋନିଆ । ଜୁଲାଇ ୨୧ ତାରିଖରେ ନ୍ୟାଶନାଲ ହେରାଲ୍ଡ ମାମଲାରେ ସୋନିଆଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଜେରା କରାଯାଇଥିଲା । ପ୍ରୟ ୨ ଘଣ୍ଟା ଧରି ଇଡିର ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ ସୋନିଆ ଗାନ୍ଧୀ ।

Related Posts