ୟୁକ୍ରେନ ଉପରେ କେମିକାଲ ବୋମା ମାଡ଼ କଲେ ଚୁପ ବସିବନି ନାଟୋ: ରୁଷକୁ ଚେତାବନୀ ଦେଇ ଏପରି କହିଲେ ବାଇଡେନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଯୁଦ୍ଧ ଲାଗି ରହିଛି । ୟୁକେନର ସହରକଚ ରୁଷ କବଜା କରିବା ପାଇଁ ଘନ ଘନ ମିଶାଇଲ ମାଡ଼ କରିବାରେ ଲାଗିଛି । ସେପଟେ ଏହାର କଡ଼ା ଜବାବ ରୁଷ ସୈନିକ ଦେଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହାମଧ୍ୟରେ ଋଷ ୟୁକ୍ରେନକୁ ବାରମ୍ବାର ପରମାଣୁ ଆକ୍ରମଣ ଭୟ ଦେଖାଉଛି । ୟୁକ୍ରେନରେ କେମିକାଲ ଅସ୍ତ୍ର ମଧ୍ୟ ମାଡ କରିଛି । ଯାହାକୁ ନେଇ ବଡ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ବାଇଡେନ୍ କହିଛନ୍ତି ଯେ, ଯଦି ଋଷ କେମିକାଲ ବା ରସାୟନ ଅସ୍ତ୍ର ପ୍ରୟୋଗ ନେଇ ପ୍ରମାଣ ମିଳେ ତେବେ ସେମାନେ ଚୁପ୍ ରହିବେନି । ନାଟୋ କେବେ ହେଲେ ଚୁପ୍ ବସିବନି ।

ନାଟୋର ବ୍ରୁସେଲ୍ସରେ ଆୟୋଜତ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଏହା କହିଛନ୍ତି । ସେପଟେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ। ରକେଟ୍,ବୋମା, ଟ୍ୟାଙ୍କ ଆଦିରେ ଚାରିଆଡ଼ୁ ବାରୁଦ ବର୍ଷା କରୁଛି ପୁଟିନ ସେନା। ୟୁକ୍ରେନ୍କୁ ବର୍ବାଦ କରିବା ପାଇଁ ପୁଟିନ କୌଣସି ବି ପ୍ରୟାସ ଛାଡ଼ୁ ନାହାଁନ୍ତି। ଯେତେ ଯେତେ ଘାତକ ମିଶାଇଲ୍ ଓ ବୋମା ହେଉ ପଛକେ ସବୁ ୟୁକ୍ରେନ୍ ଉପରେ ମାଡ଼ କରାଯାଉଛି। ଏବେ ଋଷ ୟୁକ୍ରେନ୍ ଉପରେ ଫସଫରସ ବୋମା ଫିଙ୍ଗୁଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ଅଭିଯୋଗ କରିଥିଲେ ।

Related Posts