ଶିମଲା: ଝାଡ଼ଖଣ୍ଡରେ ପ୍ରକୃତି ରଚିଛି ତାଣ୍ଡବ। ପ୍ରବଳ ବର୍ଷା ଯୋଗୁ ଆସିଥିବା ହଠାତ୍ ବନ୍ୟା ଓ ମାଟି ଅତଡ଼ା ଖସିଛି । ଫଳରେ ପ୍ରାକୃତିକ ବିପର୍ଯ୍ୟରେ ୧୯ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ, ୬ ଜଣ ଏବେ ନିଖୋଜ ଅଛନ୍ତି।
ଶନିବାର ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି।
ଆଜି ଦିନରେ ବିପର୍ଯ୍ୟରେ ହୋଇଥିବା ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଦୁଃଖ ପ୍ରକାଶ କରିଥିଲେ। ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ “ଗତକାଲି ଠାରୁ ଏପର୍ଯ୍ୟନ୍ତ ୧୫ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ନିଖୋଜ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ରାସ୍ତା ଖରାପ ହୋଇଛି। ଯୋଗାଯୋଗ ସୁଧାରିବାକୁ ମୁଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି।”
ରାଜ୍ୟରେ ବିପର୍ଯ୍ୟ ନିବାରଣ ଅଫିସର ଏସ୍ପି କୁମାରୀ ଇଲମା ଅଫ୍ରୋଜ କହିଛନ୍ତି ଯେ ଘଟଣା ସ୍ଥଳମାନଙ୍କରେ ଏସ୍ଡିଆର୍ଏଫ୍ ଓ ଏନ୍ଡିଆର୍ଏଫ୍ ଟିମ୍ ମୁତୟନ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୧୫ ନିଖୋଜ ହୋଇଥିବା ବେଳେ ୫ ମୃତଦେହ ଉଦ୍ଧାର ହୋଇଛି। ରାଜ୍ୟରେ ମାଣ୍ଡି, ଚମ୍ବା, କଙ୍ଗ୍ରା, କୁଲ୍ଲୁ ଏବଂ ଶିମଲା ଜିଲ୍ଲା ବହୁଳ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ ବର୍ଷା ଯୋଗୁ ମାଟିଅତଡ଼ା ଖସିବା ନେଇ ରାଜ୍ୟ ବିପର୍ଯ୍ୟ ପରିଚାଳନା ବିଭାଗ ପକ୍ଷରୁ ଅଗଷ୍ଟ ୨୫ ଯାଏ ସତର୍କ ସୂଚନା ଜାରି କରାଯାଇଛି ।
