ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୀମା ପୁନଃ ନିର୍ଦ୍ଧାରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ । ତେବେ ଚିଠିରେ ଓଡ଼ିଆ ଓ ଓଡ଼ିଶା ସ୍ବାର୍ଥ ପାଇଁ ବିଜଡେି ସରକାରଙ୍କୁ ସହଯୋଗ କରିବ ଏବଂ ମହିଳା ସଂରକ୍ଷଣ ବିଲ୍କୁ ବିଜେଡିର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ଉଲ୍ଲେଖ କରିଛନ୍ତି। ସେପଟେ ଚିଠିରେ ଓଡ଼ିଆ ଓ ଓଡ଼ିଶା ସ୍ବାର୍ଥ ପାଇଁ ବିଜଡେି ସରକାରଙ୍କୁ ସହଯୋଗ କରିବ ଏବଂ ମହିଳା ସଂରକ୍ଷଣ ବିଲ୍କୁ ବିଜେଡିର ପୂର୍ଣ୍ଣ ସମର୍ଥନ ରହିଛି ବୋଲି ଉଲ୍ଲେଖ କରିଛନ୍ତି। ଏହା ସହ ଚିଠିରେ ନବୀନ ପଟ୍ଟନାୟକ ଦର୍ଶାଇଛନ୍ତି, ସମ୍ବିଧାନର ପ୍ରସ୍ତାବିତ ୧୩୧ତମ ସଂଶୋଧନ ବିଲ୍ ୨୦୨୬ ଓ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ଦ୍ୱାରା ଲୋକସଭାରେ ଆସନ ସଂଖ୍ୟାରେ ବ୍ୟାପକ ପରିବର୍ତ୍ତନ ଘଟିବ । ଲୋକସଭାର ସଦସ୍ୟ ସଂଖ୍ୟା ୫୪୩ ରୁ ୮୫୦ କୁ ବୃଦ୍ଧି ପାଇବ । ବର୍ତ୍ତମାନ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ୨୧ ଅଛି ଯାହାକି ମୋଟ ଆସନ ସଂଖ୍ୟାର ୩.୯ ପ୍ରତିଶତ। କିନ୍ତୁ ଯଦି ଉପରୋକ୍ତ ସମ୍ବିଧାନ ସଂଶୋଧନ ବିଲ୍ ପାରିତ ହୁଏ ତେବେ ଲୋକସଭାରେ ଓଡିଶାର ପ୍ରତିନିଧିତ୍ୱ ୨୯ କୁ ବୃଦ୍ଧି ପାଇବ । କିନ୍ତୁ ଆନୁପାତିକ ହାରରେ ଏହା ୩.୯ ପ୍ରତିଶତରୁ ୩.୪ ପ୍ରତିଶତକୁ ହ୍ରାସ ଘଟିବ । ଓଡିଶା ଜନସଂଖ୍ୟା ନିୟନ୍ତ୍ରଣରେ ଏକ ଆଗୁଆ ରାଜ୍ୟ। ମାନବ ସମ୍ବଳର ବିକାଶରେ ମଧ୍ୟ ପ୍ରଶଂସନୀୟ କାର୍ଯ୍ୟ କରି ଆସିଛି । କିନ୍ତୁ ଏହି ନୂତନ ସଂଶୋଧନ ଦ୍ୱାରା ଓଡିଶାର ରାଜନୈତିକ ପ୍ରତିନିଧିତ୍ୱ ଜାତୀୟସ୍ତରରେ ୧୫ ପ୍ରତିଶତ ହ୍ରାସର ଆଶଙ୍କା ଚିନ୍ତାଜନକ । ଓଡ଼ିଶାର ରାଜନୈତିକ ପ୍ରତିଷ୍ଠା ବିଶେଷ ଭାବରେ ପ୍ରଭାବିତ ହେବ । ରିପୋର୍ଟ ଅନୁଯାୟୀ ଏହି ପ୍ରସ୍ତାବିତ ନୂତନ ବ୍ୟବସ୍ଥା ଦ୍ୱାରା ଓଡିଶା ବିପୁଳ କ୍ଷତି ସହିବାରେ ଦେଶର ଚତୁର୍ଥ ରାଜ୍ୟ ହେବ । ସାଢେ ଚାରିକୋଟି ଓଡିଆଙ୍କ ଆଶା ଓ ଆକାଂକ୍ଷା ଉପରେ ଏହା ଏକ ଶକ୍ତ ପ୍ରହାର ସଦୃଶ ଏବଂ ଆମର ଭବିଷ୍ୟତ ପୀଢି ପାଇଁ ବହୁତ ବଡ ଅନ୍ୟାୟ ହେବ । ତାଙ୍କ ପତ୍ରରେ ଶ୍ରୀ ପଟ୍ଟନାୟକ ଆହୁରି ଉଲ୍ଲେଖ କରିଛନ୍ତି ଯେ ଯଦି ଓଡିଶାର ରାଜନୈତିକ ଅଧିକାର ଅକ୍ଷୁର୍ଣ୍ଣ ରୁହେ, ତେବେ ଯାଇ ଆମେ ଏହି ବିଲ୍କୁ ସ୍ୱାଗତ କରିବୁ । କିନ୍ତୁ ଆମର ମହାନ ସମ୍ବିଧାନରେ ଉଲ୍ଲିଖିତ ସହଯୋଗ ମୂଳକ ସଂଘୀୟବାଦର ଏହି ବିଲ୍ ବିରୁଦ୍ଧାଚରଣ କରୁଅଛି । ତେଣୁ ଓଡିଶାର ରାଜନୈତିକ ଅଧିକାର କ୍ଷୁର୍ଣ୍ଣ ହେଲା ଭଳି ଯଦି କୌଣସି କାର୍ଯ୍ୟ ଘଟେ ତେବେ ଏହା ଓଡିଶାବାସୀଙ୍କର ଆଶା ଆକାଂକ୍ଷା ପ୍ରତି ଐତିହାସିକ ଧୋକା ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
