‘ଜିତିବାପରେ କଣ୍ଟାବାଞ୍ଜି ଆସନ ଛାଡ଼ିଦେବେ ନବୀନ’ : ନରସିଂହ ମିଶ୍ର

ଭୁବନେଶ୍ୱର,୧୮/୪(ସତ୍ୟପାଠ ବ୍ୟୁରୋ): ବିଜୁ ଜନତା ଦଳର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି। ତେବେ ଏନେଇ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ,ଜିତିଲା ପରେ ସେ ଏହି ଆସନ ଛାଡ଼ିଦେବେ ବୋଲି ଜଣାପଡ଼ୁଛି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହେବାପରେ ବିରୋଧୀ ଦଳ କଡ଼ା ସମାଲୋଚନା କରିଛନ୍ତି । କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ପଶ୍ଚିମଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛନ୍ତି । କଣ୍ଟାବାଞ୍ଜିରୁ ଜିତିଲା ପରେ ସେ ଏହି ଆସନ ଛାଡ଼ିଦେବେ ବୋଲି ଜଣାପଡ଼ୁଛି । ପୂର୍ବରୁ ବିଜେପୁରକୁ ଜିତି ସେହି ଆସନକୁ ଛାଡ଼ିଦେଇଥିଲେ । ତେଣୁ ଏଥର ତାଙ୍କୁ ସ୍ଥାନୀୟ ଲୋକେ ଉଚିତ୍ ଜବାବ ଦେବେ”।

Related Posts