ପୁଣି ହରିୟାଣା ମୁଖ୍ୟମନ୍ତ୍ରୀ ହେବେ ନାୟବ ସିଂହ ସୈନି

 

ଭୁବନେଶ୍ୱର,୧୬/୧୦(ସତ୍ୟପାଠ ବ୍ୟୁରୋ): ପୁଣି ଥରେ ହରିୟାଣାର ମୁଖ୍ୟମନ୍ତ୍ରୀ ହେବେ ନାୟବ ସିଂହ ସୈନି । ହରିୟାଣା ବିଜେପି ବିଧାୟକ ଦଳ ବୈଠକରେ ନାୟବ ସିଂହ ସୈନି ବିଧାୟକ ଦଳ  ନେତା ଭାବେ ନିର୍ବାଚିତ ହୋଇଛନ୍ତି । ଆସନ୍ତାକାଲି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଆସନ୍ତାକାଲି ହରିୟାଣାରେ ବିଜେପି ଗଠନ କରିବ ନୂଆ ସରକାର । 

ଆଜି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅମିତ ଶାହା ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ। ଏହି ବୈଠକ ପୂର୍ବାହ୍ନ ୧୧ଟାରେ ପଞ୍ଚକୁଲାର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହେଇଥିଲା।

ଗତକାଲି ପଞ୍ଚକୁଲାରେ ହେବ ଶପଥ ଗ୍ରହଣ ଉତ୍ସବ । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ତେବେ ଏଥର ସବୁ ଆକଳନକୁ ଭୁଲ ପ୍ରମାଣିତ କରି ଲଗାତର ତୃତୀୟ ଥର ପାଇଁ ହରିୟାଣାରେ ବହୁମତ ହାସଲ କରିଛି ବିଜେପି । ସବୁ ଏକଜିଟ୍ ପୋଲ କହିଥିଲେ, କଂଗ୍ରେସ ଜିତି ସରକାର ଗଠନ କରିବ । କିନ୍ତୁ କଂଗ୍ରେସ ହାରିଛି ଓ ବିଜେପି ଜିତିିଛି । ଗତ ଥରର ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ପୁଣି ଥରେ ହରିୟାଣାର ମୁଖ୍ୟମନ୍ତ୍ରୀ ହେବେ । ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ ମିଳିବ ତାହା ଏବେଠୁ ଅଙ୍କ କଷା ଆରମ୍ଭ ହୋଇଗଲାଣି।

Related Posts