ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଏନସିପି ମୁଖ୍ୟ ଶରଦ ପାୱାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଏନସିପି ମୁଖ୍ୟ ଶରଦ ପାୱାର । ଉଭୟଙ୍କ ମଧ୍ୟରେ ପ୍ରାୟ ୨୫ ମିନିଟ ଧରି ଆଲୋଚନା ଚାଲିଥିଲା । ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ମହାରାଷ୍ଟ୍ରର ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିବା ନେଇ ଏକ ସୂତ୍ରରୁ ଜଣାପଡ଼ିଛି । ସେପଟେ ଉଭୟଙ୍କ ମଧ୍ୟରେ ଏହି ବାର୍ତ୍ତାଳାପ ଏଭଳି ସମୟରେ ହୋଇଛି, ଯେତେବେଳେ ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶିବସେନା ମୁଖପାତ୍ର ସଞ୍ଜୟ ରାଉତଙ୍କ ପରିବାରର କୋଟି କୋଟି ଟଙ୍କା ସମ୍ପତ୍ତି ଜବତ କରିଛି ।

ତେବେ ପାତ୍ରା ଚୌଲ ଲ୍ୟାଣ୍ଡ ସ୍କାମ ମାମଲାରେ ସଞ୍ଜୟ ରାଉତଙ୍କ ସହଯୋଗୀ ପ୍ରବୀଣ ରାଉତଙ୍କ ୯ କୋଟି ଟଙ୍କାର ସମ୍ପତ୍ତି ସ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ସାଙ୍କ ୨ କୋଟି ଟଙ୍କା ସମ୍ପତ୍ତିକୁ ଇଡି ପକ୍ଷରୁ ଜବତ କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts