ପ୍ରକାଶ ପାଇଲା NEET PG ପରୀକ୍ଷା ଫଳାଫଳ

ନୂଆଦିଲ୍ଲୀ: ଚଳିତ ବର୍ଷର ମେଡିକାଲ ସ୍ନାତ୍ତକତ୍ତୋର ଶିକ୍ଷା ପାଇଁ ଉଦ୍ଦିଷ୍ଟ NEET PG ପରୀକ୍ଷା ଫଳାଫଳ ପ୍ରକାଶ । ଜାତୀୟ ପରୀକ୍ଷା ବୋର୍ଡ (NBE) ପକ୍ଷରୁ ଆଜି (ବୁଧବାର) ଏହି ଫଳ ପ୍ରକାଶ ପାଇଛି । ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡବ୍ୟ ଟ୍ବିଟ କରି ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପରୀକ୍ଷାରେ ଅଂଶଗ୍ରହଣ କରିଥିବା ଛାତ୍ରାଛାତ୍ରୀ https://natboard.edu.in ରେ ଲଗ-ଇନ କରି ନିଜର ଫଳାଫଳ ଜାଣିପାରିବେ । ପୂର୍ବ ନିର୍ଦ୍ଧାରିତ ତାରିଖର 10 ଦିନ ପୂର୍ବରୁ ମୂଲ୍ୟାଙ୍କନ ପ୍ରକ୍ରିୟା ଶେଷ କରି ଫଳ ପ୍ରକାଶ କରିବାରେ ସଫଳ ହୋଇଛି ପରୀକ୍ଷା ନିୟନ୍ତ୍ରକ ବୋର୍ଡ । ଯାହାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡବ୍ୟ ଖୁସି ବ୍ୟକ୍ତ କରିଛନ୍ତି ।

Related Posts