ବିସିସିଆଇ ସଭାପତି ପଦରୁ ସୌରଭ ଗାଙ୍ଗୁଲିଙ୍କ ଇସ୍ତଫାକୁ ନେଇ ବିସିସିଆଇ ସଚିବ ଜୟ ଶାହଙ୍କ ବଡ଼ ସୂଚନା

ମୁମ୍ବାଇ: ବିସିସିଆଇ ସଭାପତି ପଦରୁ ସୌରଭ ଗାଙ୍ଗୁଲିଙ୍କ ଇସ୍ତଫାକୁ ନେଇ ବଡ଼ ସୂଚନା ଦେଇଛନ୍ତି ବିସିସିଆଇ ସଚିବ ଜୟ ଶାହ । ଗାଙ୍ଗୁଲିଙ୍କ ଇସ୍ତଫା ଖବରକୁ ଗୁଜବ ବୋଲି କହିଛନ୍ତି ବିସିସିଆଇ ସଚିବ ଜୟ ଶାହ । ସୌରଭ ଗାଙ୍ଗୁଲିଙ୍କ ଏକ ଟ୍ବିଟ୍‌ ପରେ ଏଭଳି ଚର୍ଚ୍ଚା ଜୋର ଧରିଥିଲା । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ସୌରଭ ଗାଙ୍ଗୁଲି ଟ୍ବିଟ୍‌ କରି କହିଛନ୍ତି ଯେ, “୧୯୯୨ ମସିହାରୁ ଆରମ୍ଭ ହୋଇଥିବା କ୍ରିକେଟ ଯାତ୍ରାକୁ ଆଜି ୩୦ ବର୍ଷ ପୂର୍ତ୍ତି ହୋଇଛି । ସେହିଦିନ ଠାରୁ କ୍ରିକେଟ ମୋତେ ଅନେକ କିଛି ଦେଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଆପଣମାନଙ୍କ ଭଲ ପାଇବା ପାଇଛି । ଏହି ଯାତ୍ରାରେ ମୋତେ ସମର୍ଥନ ଦେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି । ଆଜି ମୁଁ କିଛି ନୂଆ କରିବାକୁ ଯୋଜନା କରୁଛି ଯାହାଦ୍ବାରା ଅନେକ ଲୋକଙ୍କୁ କିଛି ସାହାଯ୍ୟ ମିଳି ପାରିବ ।

ଆଶା କରୁଛି ଜୀବନର ଏହି ଅଧ୍ୟାୟରେ ବି ଆପଣମାନଙ୍କ ସମର୍ଥନ ମିଳିବ ।”
ଗାଙ୍ଗୁଲିଙ୍କ ଏଭଳି ଟ୍ବିଟ୍‌ ପରେ ସେ ବିସିସିଆଇ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏହି ଖବରକୁ ଖଣ୍ଡନ କରିଛି ବିସିସିଆଇ ସଚିବ ଜୟ ଶାହ । ଏକ ଖବର ସରବରାହ ସଂସ୍ଥାକୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଜୟ ଶାହ । ଚଳିତ ବର୍ଷ ସେପ୍ଟେମ୍ବର ମାସରେ ବିସିସିଆଇ ସଭାପତି ଭାବରେ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଶେଷ ହେବ ।

ଜୟ ଶାହ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ସୌରଭଗାଙ୍ଗୁଲି ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇ ନାହାନ୍ତି । ପ୍ରଚାର ହୋଇଥିବା ଗୁଜବ ରେ କୌଣସି ସତ୍ୟତା ନାହିଁ ।

Related Posts