ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): NEET-UG ପେପର ଲିକ୍ ମାମଲାର ୩ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ । ତେବେ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟ ସୋମବାର ୩ ଅଭିଯୁକ୍ତଙ୍କୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ହାଜତ ମିଆଦ ସମାପ୍ତ ହେବା ପରେ ପୋଲିସ ସେମାନଙ୍କୁ କୋର୍ଟରେ ହାଜର କରିଥିଲା। ସେପଟେ ନିଟ-ୟୁଜି ୨୦୨୬ ରି-ଟେଷ୍ଟକୁ କମ୍ପ୍ୟୁଟର ଆଧାରିତ ଟେଷ୍ଟ (ସିବିଟି) ଫର୍ମାଟରେ କରିବା ପାଇଁ ଦାବିକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।ଜଷ୍ଟିସ୍ ପି.ଏସ. ନରସିମହା ଓ ଜଷ୍ଟିସ୍ ଅରବିନ୍ଦ କୁମାରଙ୍କ ବେଞ୍ଚ ଜୁନ ୨୧ରେ ହେବାକୁ ଥିବା ରି-ଏଗଜାମ ପେନ ଆଣ୍ଡ ପେପର ବଦଳେ ସିବିଟି ମୋଡରେ କରାଇବା ପାଇଁ ନିବେଦନକୁ ଖାରଜ କରିଦେଇଛନ୍ତି। ବେଞ୍ଚ ମାମଲାର ଶୁଣାଣିକୁ ଜୁଲାଇ ମାସ ପର୍ଯ୍ୟନ୍ତ ଟାଳି ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ଆଭିମୁଖ୍ୟ ପରେ ନିଟ୍-ୟୁଜି ୨୦୨୬ ରି-ଏଗଜାମ ପେନ ଆଣ୍ଡ ପେପରରେ ହେବା ନିଶ୍ଟିତ ହୋଇଯାଇଛି।