‘ମୁହଁ ଦେଖାଇ ପାରିବେନି ସରକାର’, କେନ୍ଦ୍ରକୁ ସୁବ୍ରମଣ୍ୟମଙ୍କ ଟାର୍ଗେଟ୍‌

ରାମ ମନ୍ଦିର ମାମଲାରେ ଆଉ ଏକ ତାରିଖ, ସୁପ୍ରିମକୋର୍ଟରେ ଘୁଞ୍ଚାଲା ଶୁଣାଣି

ରାମ ଜନ୍ମଭୂମି-ବାବ୍ରି ମସଜିଦ ଜମି ବିବାଦ ମାମଲାରେ ଶୁଣାଣି ପୁଣି ଘୁଞ୍ଚିଲା । ନୂଆବର୍ଷ ଆରମ୍ଭ ସହ ଶୁକ୍ରବାର ପୁରା ଦେଶର ନଜର ସୁପ୍ରିମକୋର୍ଟ ଉପରେ ରହିଥିଲା । ବଡ଼ ମାମଲା ଥିବାରୁ ସମସ୍ତେ ନିଷ୍ପତ୍ତି ଆସିବା ନେଇ କରିଥିଲେ ଅପେକ୍ଷା । କିନ୍ତୁ ସୁପ୍ରିମକୋର୍ଟ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି । ଜାନୁଆରୀ 10 ତାରିଖରେ ହେବ ପରବର୍ତ୍ତୀ ଶୁଣାଣି । ସର୍ବୋଚ୍ଚ ଅଦାଲତଙ୍କର 3ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଗତବର୍ଷ ଅକ୍ଟୋବର 29 ତାରିଖରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରିଥିଲେ । ଜାନୁଆରୀ 4 ତାରିଖକୁ ଶୁଣାଣି ଘୁଞ୍ଚାଇ ଦେଇଥିଲେ ।
ସେପଟେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ରାମ ମନ୍ଦିର ମାମଲାରେ କେନ୍ଦ୍ର ସରକାରଙ୍କୁ କରିଛନ୍ତି ଟାର୍ଗେଟ୍‌ । କହିଛନ୍ତି ରାମ ମନ୍ଦିର ନିର୍ମାଣ ନ ହେଲେ ନିର୍ବାଚନ ସମୟରେ ସରକାର ଦେଶର ଜନତାଙ୍କ ପାଖରେ ମୁହଁ ଦେଖାଇପାରିବେ ନାହିଁ । ଆର୍‌ଏସ୍‌ଏସ୍‌, ବହୁ ହିନ୍ଦୁ ସଂଗଠନ ଓ ବିଜେପିର କେତେକ ନେତା ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣନ୍ତୁ ବୋଲି ବାରମ୍ବାର କହିଆସୁଛନ୍ତି ।

Related Posts