ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖୁବଶୀଘ୍ର ରାଜ୍ୟ ମନ୍ତ୍ରୀମଣ୍ଡଳର ହେବ ନବକଳେବର । ତେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଏନେଇ ମନ୍ତ୍ରୀ ଏବଂ ବରିଷ୍ଠ ନେତାଙ୍କ ସହ ପୃଥକ ପୃଥକ ବୈଠକ କରିଥିଲେ। କୋର୍ କମିଟି ବୈଠକରେ ନିଷ୍ପତ୍ତି ମଧ୍ୟ ହୋଇଛି। ବହୁତ ଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ। ହେଲେ କେବେ ହେବ, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ବୋଲି ବିଜେପି ସାଂସଦ ନବ ଚରଣ ମାଝୀ ସୂଚନା ଦେଇଛନ୍ତି। ସେହିପରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଗସ୍ତ ସମୟରେ ସରକାର ଯେମିତି ବଦନାମ ନହେବ ସେଥିପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସରକାର ଯେମିତି ଠିକ୍ ଠାକ ଚାଲିବ, ସେଥିପାଇଁ ତତ୍ପର ହୁଅ । ଆମକୁ ଯେମିତି କେହି ଆଙ୍ଗୁଳି ଉଠାଇବେନି । ସରକାର ଯେମିତି ଠିକଠାକ ଚାଲିବ ସେହି ଅନୁସାରେ କାମ କରିବାକୁ କହିଛନ୍ତି । ସରକାର ଓ ସଙ୍ଗଠନ ଭିତରେ ସମନ୍ଵୟ ରଖି ଆଗକୁ ବଢ । ସମସ୍ତଙ୍କୁ ମାସିକ ଟାସ୍କ ଦିଆଯାଇଛି । ସରକାର ଗଠନ ଯେତିକି କଷ୍ଟ ନୁହେ, ତାକୁ ବଞ୍ଚେଇ ରଖିବା ମଧ୍ୟ ସେତିକି କଷ୍ଟ । ଏବେ ଠାରୁ ସେ କାର୍ଯ୍ୟ କରିବାକୁ ନୀତିନ୍ ନବୀନ ନିର୍ଦ୍ଦେଶ ଦେଇଛନ୍ତି । କୋର୍ କମିଟି ବୈଠକରେ ବିଜେପି ନେତା ଓ କର୍ମୀଙ୍କୁ ୫ ଗୁରୁମନ୍ତ୍ର ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ।
