
କଟକ: କଟକ ଏସସିବିରୁ ଚୋରି ହେଲା ନବଜାତ ଶିଶୁ । ଗୋଟିଏ ନବଜାତ ଶିଶୁକୁ ଏସିସିବି ମେଡିକାଲରୁ କେହି ଚୋରି କରିନେଇଥିବା ଅଭିଯୋଗ ହୋଇଛି । ପ୍ରସୂତୀ ବିଭାଗରୁ ନବଜାତକକୁ ନେଇ ନେଇଯାଇଥିବା ନେଇ ଅଭିଯୋଗ ହୋଇଛି ।
ଏନେଇ ଶିଶୁର ବାପା ଏସସିବି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଶିଶୁକୁ ଏପର୍ଯ୍ୟନ୍ତ କିଏ ନେଇଛି ତାହା ଜଣାପଡିନାହିଁ ।
ଏନେଇ ଶିଶୁଙ୍କ ଶିଶୁଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଶିଶୁକୁ କେହି ଅଜଣା ବ୍ୟକ୍ତି ଚୋରି କରିଦେଇଥିବା ସେ କହିଛନ୍ତି। ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।