ନୂଆଦିଲ୍ଲୀ : ଆଶ୍ରୟ ଗୃହରୁ ନଅ ଜଣ ବାଳିକା ନିଖୋଜ । କେରଳର କୋଟୟମ ଜିଲ୍ଲାର ଏକ ବେସରକାରୀ ସଂଗଠନ (ଏନଜିଓ) ଦ୍ୱାରା ପରିଚାଳିତ ସମାଖ୍ୟ ରୁ ୯ ଜଣ ବାଳିକା ନିଖୋଜ ହୋଇଯାଇଛନ୍ତି । ଏନେଇ ପୋଲିସକୁ ଖବର ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଶ୍ରୟ ଗୃହ ସାମାଜିକ ନ୍ୟାୟ ବିଭାଗ ଏବଂ ଶିଶୁ କଲ୍ୟାଣ କମିଟି ଦ୍ୱାରା ମଧ୍ୟ ସ୍ୱୀକୃତିପ୍ରାପ୍ତ ।
ପୋଲିସ କହିଛି ଯେ ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଛି ଏବଂ POCSO ଅଧିନିୟମ ଅନୁଯାୟୀ ପୀଡିତା ଝିଅଙ୍କ ସମେତ ନିଖୋଜ ଝିଅମାନଙ୍କୁ ଖୋଜା ଚାଲିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି, “ଆମେ ସକାଳେ ଏହି ବିଷୟରେ ଅଭିଯୋଗ ପାଇଥିଲୁ ଯେ ଝିଅମାନେ ଆଶ୍ରୟ ଗୃହରୁ ନିଖୋଜ ହୋଇଯାଇଛନ୍ତି।
ଏହା ବ୍ୟତୀତ କହିଛନ୍ତି କି ଝିଅମାନେ ଗତ କିଛି ଦିନ ହେବ ଆଶ୍ରୟଗୃହ ଛାଡିବାକୁ ଚାହୁଁଥିଲେ। କିନ୍ତୁ ଏହାକୁ ବିରୋଧ କରାଯାଇଥିଲା । ସେମାନଙ୍କୁ ଆଶ୍ରୟ ଗୃହରୁ ଯିବାକୁ ଅନୁମତି ଦିଆଯାଇନଥିଲା। କାରଣ ଏହାର ନିୟମ ରହିଛି , CWC, କୋର୍ଟର ବିଶେଷ ଅନୁମତି ଆବଶ୍ୟକ କରେ। ତେବେ ସକାଳେ ଏହି ଝିଅମାନେ ନିଖୋଜ ଥିବା ଦେଖିବାକୁ ମିଳିଥିଲା।
