ତୁରୁମୁଙ୍ଗା ଥାନା ଡୁମୁରିଗୋଡା ନିକଟରେ କଂଗ୍ରେସର ସ୍ୱାଗତ ପୋଷ୍ଟରକୁ ଚିରିଲେ ଦୁର୍ବୁତ୍ତ: ଅସନ୍ତୋଷ ପ୍ରକାଶ

ପାଟଣା : କଂଗ୍ରେସ ପକ୍ଷରୁ ଲଗା ଯାଇଥିବା ସ୍ୱାଗତ ପୋଷ୍ଟରକୁ କେହି ଦୁର୍ବୁତ୍ତ ଚିରି ଦେଇଥିବା ଦେଖିବାକୁ ମିଳିଛି। ତୁରୁମୁଙ୍ଗା ଥାନା ସନ୍ନିକଟ ୪୯ ନମ୍ବର ଜାତୀୟ ରାଜପଥର ଡୁମୁରିଗୋଡା ନିକଟରେଏହି ଘଟଣା ଘଟିଛି । ଫଳରେ ପାଟଣା କଂଗ୍ରେସକର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନା ଅନୁସାରେ ମଙ୍ଗଳବାର ଜାତୀୟ କଂଗ୍ରେସ ପକ୍ଷରୁ ପଦଯାତ୍ରାରେ ଆସି ତୁରୁମୁଙ୍ଗା ଦେଇ ପଦଯାତ୍ରା ଯିବାକୁ କାର୍ଯ୍ୟକ୍ରମ ଥିବାରୁ ଡୁମୁରି ଗୁଡା ନିକଟରେ ପାଟଣା କଂଗ୍ରେସ ପକ୍ଷରୁ ସ୍ୱାଗତ ପୋଷ୍ଟର ଲଗାଯାଇଥିଲା।

ପୋଷ୍ଟରରେ ରାହୁଲ ଗାନ୍ଧୀ, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ପାଟଣା ବିଧାୟକ ପ୍ରାର୍ଥୀ ବିନୋଦ ବିହାରୀ ନାଏକଙ୍କ ଫୋଟ ଚିତ୍ର ଥିବା ବେଳେ କେହି ଦୁର୍ବୃତ୍ତ ଏହାକୁ ଚିରି ଦେଇଛି । ଏ ସମ୍ପର୍କରେ ପାଟଣା କଂଗ୍ରେସ ବିଧାୟକ ପ୍ରାର୍ଥୀ ବିନୋଦ ବିହାରୀ ନାଏକଙ୍କ ମତାମତ ନେବାରୁ ଏ ସମ୍ପର୍କରେ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି । ତେବେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ପୋଷ୍ଟର ଚିରିଲା ସେ ନେଇ ସ୍ଥାନୀୟ କଂଗ୍ରେସ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି

Related Posts