ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନୀତିଶ କୁମାର ଫେବିକଲ ଅଠାଭଳି ମୁଖ୍ୟମନ୍ତ୍ରୀ ଚଉକିରେ ଲାଗି ରହିଛନ୍ତି। ତା ଛଡା ଅନ୍ୟଦଳମାନେ ଏହି ସିଏମ ପଦ ଚାରିପଟେ କେବଳ ଘୁରି ବୁଲୁଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରି କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର। ସେ ଆହୁରି କହିଛନ୍ତି ଯେ, ବିହାରରେ ଯଦି ନୂଆ ଗଠବନ୍ଧନ ସରକାର ଆସନ୍ତା ଏକ କିମ୍ବା ୨ ବର୍ଷ ମଧ୍ୟରେ ୫ରୁ ୧୦ ଲକ୍ଷ ଚାକିରି ଯୋଗାଇ ଦେବେ ତେବେ ସେ ତାଙ୍କର ଜନ ସୁରାଜ୍ ଅଭିଯାନ ପ୍ରତ୍ୟାହାର କରିବନେବେ । ଏଥିସହ ସେ ନୀତିଶ କୁମାରଙ୍କୁ ସମର୍ଥନ କରିବେ ବୋଲି ମଧ୍ୟ କହିଛନ୍ତି।

ବୁଧବାର ସମସ୍ତିପୁରରେ ନିଜ ସମର୍ଥକଙ୍କୁ ସମ୍ବୋଧିତ କରି ପ୍ରଶାନ୍ତ କିଶୋର କହିଛନ୍ତି ଯେ, ଆସନ୍ତା ବିଧାନସଭା ନିର୍ବଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଅନେକ ପରିବର୍ତ୍ତନ ଆସିବ। ସେ ଆହୁରି କହିଛନ୍ତି ଯେ, ମୁଁ ବିହାର ରାଜନୀତିରେ ପ୍ରବେଶ କବାର ମାତ୍ର ତିନି ମାସ ହୋଇଛି ଏବଂ ଏହାରି ଭିତରେ ରାଜ୍ୟରେ ରାଜନୀତି ୧୮୦ ଡିଗ୍ରୀ ମୋଡ଼ ନେଇଛି। ନିକଟ ଭବିଷ୍ୟତରେ ରାଜ୍ୟରେ ଅଧିକ ରାଜନୈତିକ ଅସ୍ଥିରତା ଦେଖାଯିବ ବୋଲି ସେ ଆକଳନ କରିଛନ୍ତି।