ବିହାରରେ ନୀତୀଶ ସରକାରଙ୍କ ବଡ଼ ଆକ୍ସନ, ଏକା ସାଙ୍ଗେ ୮୧ ଜଣ ଡାକ୍ତରଙ୍କୁ କଲେ ବରଖାସ୍ତ

ଭୁବନେଶ୍ୱର,୧୩/୧(ସତ୍ୟପାଠ ବ୍ୟୁରୋ): ବିହାରର ନୀତୀଶ ସରକାରଙ୍କ ବଡ଼ ଆକ୍ସନ। ରାଜ୍ୟର ୮୧ ଜଣ ଡାକ୍ତରଙ୍କୁ ସେବାରୁ ବରଖାସ୍ତ କରିଛନ୍ତି ବିହାର ସରକାର। ତେବେ ଏହି ୮୧ ଜଣଙ୍କ ମଧ୍ୟରୁ ୬୪ ଜଣ ଡାକ୍ତର ଗତ ୫ ବର୍ଷ ହେବ ସେବାରେ ଅନୁପସ୍ଥିତ ଥିଲେ। ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନ ଫଳରେ ଚିକିତ୍ସା ଜଗତରେ ହଇଚଇ ସୃଷ୍ଟି କରିଛି।

ବିହାର ସରକାର ପୁଣିଥରେ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ନିଜର ସ୍ବୀକୃତି ପ୍ରଦାନ କରିଛନ୍ତି। ରାଜ୍ୟର ପ୍ରାଥମିକ ମଧ୍ୟ ଓ ମାଧ୍ୟମିକ ସହିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଜନ ସହଯୋଗରୁ ଭୂମି ଓ ଭବନ ହାସଲ କରିବା ସହ ନାମକରଣ ପକ୍ରିୟାକୁ ସ୍ବୀକୃତି ଦିଆଯାଇଛି। ଏହି ସବୁ ନିଷ୍ପତ୍ତି ଉପରେ ଶୁକ୍ରବାର ନୀତୀଶ ସରକାରଙ୍କ କ୍ୟାବିନେଟ୍‌ ନିଜର ମଞ୍ଜୁରୀ ପ୍ରଦାନ କରିଥିଲେ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ବିହାର କ୍ୟାବିନେଟ୍‌ର ବୈଠକ ଶେଷ ହୋଇଛି। ମୁଖ୍ୟ ସଚିବାଳୟ ସ୍ଥିତ ମନ୍ତ୍ରୀମଣ୍ଡଳ କକ୍ଷରେ ଆୟୋଜିତ ହୋଇଥିବା ଏହି ବୈଠକରେ ମୋଟ ୪୧ ଟି ଏଜେଣ୍ଡା ଉପରେ ମୋହର ଲାଗିଛି। ଉଦ୍ୟୋଗ ବିଭାଗର ଏଜେଣ୍ଡାରେ ଅଲଗା ଅଲଗା ପ୍ରସ୍ତାବରେ ବହୁ ପ୍ରୋଜେକ୍ଟକୁ ମଧ୍ୟ କ୍ୟାବିନେଟ୍ ଆଜି ନିଜର ସ୍ବୀକୃତି ପ୍ରଦାନ କରିଛି। ଏହାଫଳରେ ମୁଜଫରପୁର, ବୈଶାଳୀ, ବେଗୁସରାୟ, କିଶନଗଞ୍ଜରେ ବହୁ ପ୍ରୋଜେକ୍ଟକୁ ମଞ୍ଜୁରୀ ଦିଆଯାଇଛି। ଶିକ୍ଷା ବିଭାଗ ଅନ୍ତର୍ଗତ ଯେଉଁ ଏଜେଣ୍ଡା ଉପରେ ସରକାର ସହମତି ପ୍ରକାଶ କରିଛନ୍ତି। ଏଥିରେ ରାଜ୍ୟର ବିଶ୍ବବିଦ୍ୟାଳୟ ଓ ଅନ୍ୟ ମହାବିଦ୍ୟାଳୟର ଶିକ୍ଷକଙ୍କ ପ୍ରମୋଶନ୍ ପାଇଁ କ୍ୟାରିୟର ଆଡଭାନ୍ସମେଣ୍ଟ ସ୍କିମ୍‌ ୨୦୧୮ ଉପରେ ମଧ୍ୟ ସ୍ବୀକୃତି ପ୍ରଦାନ କରାଯାଇଛି।

Related Posts