ପ୍ରତି ୩ ବର୍ଷରେ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖନ୍ତି ନୀତୀଶ କୁମାର, ସେଥିପାଇଁ ସେ କଂଗ୍ରେସ ଓ ଆରଜେଡି ସହ ହାତ ମିଳାଇଛନ୍ତି: ଅମିତ ଶାହ

ଭୁବନେଶ୍ଵର,୨୫/୨(ସତ୍ୟପାଠ ବ୍ୟୁରୋ): ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରତି ୩ ବର୍ଷରେ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖନ୍ତି। ସେଥିପାଇଁ ସେ କଂଗ୍ରେସ ଏବଂ ଆରଜେଡି ସହ ହାତ ମିଳାଇଛନ୍ତି। ଏଭଳି କହି ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ବିହାର ଗସ୍ତ ଅବସରରେ ଆଜି ଅମିତ ଶାହା ବଗହାରେ ଏକ ରାଲିରେ ଯୋଗ ଦେଇ କହିଛନ୍ତି ଯେ,ବିଜେପି ହାତ ଛାଡ଼ିବା ପରେ ଏବେ ନୀତିଶ କୁମାରଙ୍କ ପାଇଁ ବିଜେପି ର ଦ୍ୱାରା ସବୁଦିନ ପାଇଁ ବନ୍ଦ ହୋଇଯାଇଛି। ନୀତୀଶ କୁମାର ଆରଜେଡି ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କଥା ଦେଇ ନିଜେ ପ୍ରଧାନମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖିଛନ୍ତି। ବିହାରରେ ତେଜସ୍ୱୀ ଯାଦବଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ନୀତୀଶ କୁମାର ରାଜି ହୋଇଛନ୍ତି ସେ କହିଛନ୍ତି।

ଅମିତ ଶାହା ଆହୁର କହିଛନ୍ତି ଯେ, ସମୟ ଆସିଲେ ସେ ତାଙ୍କୁ ଦାୟିତ୍ୱ ଦେବେ। ଆଉ ନିଜେ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ରଖିଛନ୍ତି । ସେହିପରି ଜେଡିୟୁ-ଆରଜେଡି ମିଳିତ ମଞ୍ଚକୁ ଜଳ ଏବଂ ତେଲର ମିଶ୍ରଣ ବୋଲି କହିଛନ୍ତି। ସେ କହିଛନ୍ତି ଯେ ବିହାରରେ ନକଲି ମଦ ବିକ୍ରି ହେଉଛି। ଅପରାଧୀମାନେ ପୁଣି ମୁଣ୍ଡ ଟେକିଲେଣି। କେହି ସୁରକ୍ଷିତ ନୁହଁନ୍ତି ଏବଂ ବିହାରର ମୁଖ୍ୟମନ୍ତ୍ରୀ ସାହସ କରିପାରୁନାହାନ୍ତି। ସେ ପ୍ରତି ତିନି ବର୍ଷରେ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖନ୍ତି। ଆଉ ପ୍ରଧାନମନ୍ତ୍ରୀ ହେବାର ଇଚ୍ଛା ନୀତୀଶ କୁମାରଙ୍କୁ ବଦଳାଇଦେଇଛି। ଏହି ଅବସରରେ ୨୦୨୪ରେ ପୁନର୍ବାର ନରେନ୍ଦ୍ର ମୋଦି ସରକାର ଗଠନ ପାଇଁ ଶାହା ଆହ୍ୱାନ ଦେଇଥିଲେ।

ସେ କହିଛନ୍ତି ଯେ କେନ୍ଦ୍ର ଲୋକଙ୍କ ଲାଗି ଆଣୁଥିବା ଯୋଜନାକୁ ଭୁଲ ଭାବେ ଉପସ୍ଥାପନ କରି ନୀତୀଶ କୁମାର ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ସେ ନୀତୀଶ କୁମାରଙ୍କୁ କହିଛନ୍ତି ଯେ ଆମ ପ୍ରଧାନମନ୍ତ୍ରୀ ବିହାରକୁ ପଠାଇଥିବା ୧୫ ହଜାର କୋଟି ସହାୟତାରେ ବାଧା ସୃଷ୍ଟି କରନ୍ତୁ ନାହିଁ। ଗଣତନ୍ତ୍ରରେ ସ୍ୱଚ୍ଛତା ରହିବା ଉଚିତ ବୋଲି ସେ କହିଛନ୍ତି।

Related Posts