ନୀତିଶ କୁମାର, ହେମନ୍ତ ସୋରେନ ଓ ମୁଁ ଏକାଠି ୨୦୨୪ ନିର୍ବାଚନ ଲଢିବୁ: ମମତା ବାନାର୍ଜୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନୀତିଶ କୁମାରଙ୍କ ମିଶନ ଦିଲ୍ଲୀ ପରେ ଏବେ ଚାରିଆଡ଼େ ବିରୋଧୀଙ୍କ ଏକତା ନେଇ ଚର୍ଚ୍ଚା। ଏସବୁ ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ ବୟାନ ଦେଇଛନ୍ତି। ମମତା କହିଛନ୍ତି ଯେ, ଆଗାମୀ ୨୦୨୪ ନିର୍ବାଚନ ନୀତିଶ କୁମାର, ହେମନ୍ତ ସୋରେନ ଓ ମୁଁ ଏବଂ ଆଉ କିଛି ନେତା ଏକାଠି ଲଢିବୁ। ସେ ଆହୁରି କହିଛନ୍ତି, ଆମେ ସମସ୍ତେ ଖୁବଶିଘ୍ର ଏକାଠି ହେବୁ। ନୀତିଶ, ଅଖିଳେଶ, ହେମନ୍ତ ଆମେ ସମସ୍ତେ ଗୋଟିଏ ରାଜନୈତିକ ଯୁଦ୍ଧ କ୍ଷେତ୍ରରେ ରହିଛୁ ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗରେ ଏକ ଜନସଭାରେ ମମତା ବାନାର୍ଜୀ ଏହି ବୟାନ ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ବିଜେପି ଝାଡ଼ଖଣ୍ଡରେ ସରକାର ଭାଙ୍ଗିବାକୁ ଚାହୁଁଥିଲା। ବିଧାୟକ ମାନଙ୍କୁ ଟଙ୍କା ଦେଇ କିଣିବାକୁ ଚେଷ୍ଟା କରୁଥିଲା। କିନ୍ତୁ ଆମେ ସେ ବିଧାୟକ ମାନଙ୍କୁ ଗିରଫ କରି ସରକାର କୁ ବଞ୍ଚେଇ ଦେଇଛୁ। ତେବେ ଆଜି ଏକ କାର୍ଯ୍ୟକ୍ରମରେ ମମତା ଯୋଗ ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି । ମମତାଙ୍କ ଏହି ମନ୍ତବ୍ୟ ପରେ ନୀତିଶ କୁମାର ଆରମ୍ଭ କରିଥିବା ବିରୋଧୀ ଏକଜୁଟ ଅଭିଯାନକୁ ଆହୁରି ଶକ୍ତି ମିଳିଛି ବୋଲି କୁହାଯାଉଛି। ତେବେ ନୀତିଶ ଅନେକ ବିରୋଧୀ ନେତାଙ୍କୁ ଭେଟି ସାରିଥିବା ବେଳେ ଆଗକୁ ଆହୁରି ନେତାଙ୍କୁ ଭେଟିବେ ବୋଲି ଜଣା ପଡ଼ିଛି। ଆଗକୁ ସେ ମମତା ବାନାର୍ଜୀ, ଅଖିଳେଶ ଯାଦବ ପ୍ରମୁଖଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Related Posts