
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚିକିତ୍ସା କେନ୍ଦ୍ର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ ରେ ପୁଣି ଅଘଟଣ । ଏଠାରେ ଥିବା ସୁପର ସ୍ପେସିଆଲିଟି କୋଠା ପଞ୍ଚମ ମହଲାରେ ଓଟି ପୋଡ଼ିଵା ପରେ ଆଜି ଛାତରୁ ପୁଣି ସିଲିଂ ଖସିଥିବାର ଖବର ମିଳିଛି।
ଏଣେ ଆଜି ୩ ଜଣ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏବେ ସେଠାରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି। ତେଣେ ଆଜି ଚିକିତ୍ସା ଅବହେଳାରୁ ଏମକେସିଜିରେ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ମଧ୍ୟ ଆସିଛି ।